40.1 C
Bhubaneswar
Wednesday, April 24, 2024
Homeଅପରାଧ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ୧୯ ବର୍ଷୀୟା ଯୁବତୀ ଗିରଫ

୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ୧୯ ବର୍ଷୀୟା ଯୁବତୀ ଗିରଫ

ନୁଆଦିଲ୍ଲୀ : ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି । ଆଜ୍ଞା ହଁ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଦିଲ୍ଲୀରେ ଦୁଷ୍କର୍ମ ମାମଲାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗିରଫ କରାଯାଇଛି । ବୋଧୁହୁଏ ଏହା ଦେଶର ପ୍ରଥମ ଘଟଣା ଯେଉଁଠି ଜଣେ ଯୁବତୀଙ୍କୁ ଧାରା ୩୭୭ ଅନୁସାରେ ଗିରଫ କରାଯାଇଛି । ଗିରଫ ପରେ ତାକୁ ତିହାର ଜେଲ୍ ପଠାଯାଇଛି ।ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀର ନର୍ଥ ଇଷ୍ଟରେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଯୁବତୀ ଜଣଙ୍କ ୪ ଜଣଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେଉଁଥିରେ ଜଣେ ୧୯ ବର୍ଷୀୟ ଯୁବତୀ ମଧ୍ୟ ସାମିଲ ଥିଲେ । ପୋଲିସ ୩ ଜଣଙ୍କୁ ଗିରଫ କରିଦେଲା କିନ୍ତୁ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରାଗଲାନି । ଯୁବତୀ ଜଣକ ତର୍କ ବାଢିଲେ ଯେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ନୁହେଁ ବୋଲି ନିୟମ ଶୁଣାଇଛନ୍ତି ।

ପରେ ପୀଡିତାଙ୍କ ବୟାନ ରେଜିଷ୍ଟର ହେଲା । ଦିଲ୍ଲୀର କଡକଡୁଡୁମା କୋର୍ଟରେ ପୀଡିତା ଜଜଙ୍କ ସାମ୍ନାରେ କହିଲେ ଯେ ଯୁବତୀ ଜଣଖ ତାଙ୍କ ସହିତ ଅପ୍ରାକୃତିକ ଉପାୟରେ ଯୌନ ସମ୍ପର୍କ ରଖିଥିଲେ । ସେ ଜବରଦସ୍ତ ସେକ୍ସ ଟୟ ବ୍ୟବହାର କରି ତାଙ୍କ ସହିତ ସମ୍ପର୍କ ରଖିଥିଲେ । ଏହା ପରେ ପୋଲିସ ସେହି ଯୁବତୀଙ୍କୁ ଗିରଫ କଲା ଏବଂ ତାଙ୍କୁ ଜୁଡିସିଆଲ କଷ୍ଟଡିରେ ତିହାର ଜେଲ୍ ପଠାଇ ଦିଆଯାଇଛି ।

୨୫ ବର୍ଷୀୟ ଯୁବତୀ ଜଣଙ୍କ ନର୍ଥ ଇଷ୍ଟର ଅଟନ୍ତି । ସେ ନିଜ ଅନଲାଇନ୍ ବିଜନେସ୍ କରିବା ପାଇଁ ବହୁ ଦିନରୁ ଚେଷ୍ଟା କରିଆସୁଥିଲେ । କିନ୍ତୁ ସଫଳ ହୋଇପାରୁନଥିଲେ । ଦିନେ ତାଙ୍କୁ ରୋହିତ ସହିତ ଜଣେ ଯୁବକଙ୍କ ସହିତ ଦେଖା ହେଲା । ରୋହିତ ତାଙ୍କୁ ଜଣାଇଲା ଯେ ସେ ଏଚସିଏଲରେ କାମ କରେ ଏବଂ ତାଙ୍କୁ ବିଜନେସରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଲା । ଏହା ପରେ ଲଗାତାର ସେମାନେ ଦେଖା ହେଲେ । ଦିନେ ରୋହିତ ତାଙ୍କୁ ଦିଲଶାହ କଲୋନୀର ଆପାର୍ଟମେଣ୍ଟ ନେଇଗଲା । ସେହି ଆପାର୍ଟମେଣ୍ଟରେ ରୋହିତ ନିଜ ସାଙ୍ଗ ରାହୁଲ ସହିତ ମିଶି ତାଙ୍କୁ ଦୁଷ୍କର୍ମ କଲା । ସେ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉତ୍ତୋଳନ କଲା । ତାଙ୍କ ସାଙ୍ଗରେ ଆଉ ଜଣେ ତୃତୀୟ ବ୍ୟକ୍ତି ମଧ୍ୟ ସାମିଲ ଥିଲା ।

ତେବେ ଏହି ସମୟରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଏଣ୍ଟ୍ରି ହେଲା । ସେ ତାଙ୍କ ସହିତ ଜବରଦସ୍ତ ସେକ୍ସ କଲା ଓ ଅନେକ ଥର ସେକ୍ସ ଟୟ ମଧ୍ୟ ବ୍ୟବହାର କରି ତାଙ୍କ ସହିତ ଦୁଷ୍କର୍ମ କଲା ।

ତେବେ ପୋଲିସର କହିବା ଅନୁସାରେ ପୂର୍ବରୁ ୧୯ ବର୍ଷୀୟା ଯୁବତୀଙ୍କ ନାଁରେ କୌଣସି ମୋକଦ୍ଦମା ରୁଜୁ ହୋଇନଥିଲା । କିନ୍ତୁ ପରେ ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରଟଙ୍କ ସାମ୍ନାରେ ତାଙ୍କ ବୟାନ ରେକର୍ଡ ହେଲା । ଯାହା ପରେ ପୋଲିସ ଅଭିଯୁକ୍ତ ଯୁବତୀଙ୍କ ଉପରେ ଧାରା ୩୭୭ ଅନୁସାରେ ମାମଲା ରୁଜୁ କଲା । ତାକୁ ଗିରଫ କରି ତିହାର ଜେଲ୍ ପଠାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking