34.1 C
Bhubaneswar
Friday, March 29, 2024
Homeଦ୍ୱାଦଶ ପରୀକ୍ଷା -୨୦୨୨ଯୁକ୍ତ ୨ ପରୀକ୍ଷା ଲାଗି ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌

ଯୁକ୍ତ ୨ ପରୀକ୍ଷା ଲାଗି ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି । ଯାହାକି ମେ ୩୧ ତାରିଖ ଯାଏ କାର୍ଯ୍ୟ୍ୟକ୍ଷମ ରହିବ । ପରୀକ୍ଷା ପାଇଁ କୌଣସି ଦ୍ୱନ୍ଦ୍ୱ ବା ଅଭିଯୋଗ ଥିଲେ ୦୬୭୪-୨୩୦୩୮୦୩ ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରି ବୁଝିପାରିବେ ।

ଆଉ ୨ଦିନ ପରେ ଆରମ୍ଭ ହେବ +୨ ପରୀକ୍ଷା । ଏହା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଏଥିପାଇଁ ୧୧ ଶହ ୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ନୋଡାଲ୍ ସେଣ୍ଟର ହୋଇଛି । ନୋଡାଲ୍ ସେଣ୍ଟର ଓ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି । ହବ୍‌ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମ୍‌ରେ ପ୍ରଶ୍ନପତ୍ର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking