32.1 C
Bhubaneswar
Thursday, March 28, 2024
Homeଅପରାଧପାକିସ୍ତାନର ହୋଟେଲରେ ୨୧ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ

ପାକିସ୍ତାନର ହୋଟେଲରେ ୨୧ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ

ଲାହୋର: ପାକିସ୍ତାନର ପଂଜାବ ରାଜ୍ୟରେ ଜଣେ ୨୧ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗତ ରବିବାର ଦିନ ସ୍ଥାନୀୟ ଏକ ହୋଟେଲରେ ୨ ଜଣ ବ୍ୟକ୍ତି ଏହି ଘୃଣ୍ୟକାମ କରିଛନ୍ତି । ଆମେରିକୀୟ ମହିଳା ଜଣକୁ ଏକ ଭ୍ଲୋଗ ପ୍ରସ୍ତୁତ କରିବାକୁ ପାକିସ୍ତାନ ଗସ୍ତ କରିଥିଲେ । ପାକିସ୍ତାନ ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି ।

ପାକିସ୍ତାନ ପୋଲିସ ଏହି ଘଟଣା ଏଠାରୁ ୫୦୦ କିଲୋମିଟର ଦୂର ଡିଜି ଖାନ ଜିଲ୍ଲାର ହିଲ ଷ୍ଟେସନ ‘ଫୋର୍ଟ ମୁନରୋ’ର ଏକ ହୋଟେଲରେ ଜୁଲାଇ ୧୭ ତାରିଖରେ ହୋଇଥିବା କହିଛି । ପୀଡିତା ନିଜର ସାମାଜିକ ଗଣମାଧ୍ୟମ ବନ୍ଧୁ ମୁଜମିଲ ସପ୍ରିା ଓ ଅଜାନ ଖୋସାଙ୍କ ସହିତ ଏକ ଭ୍ଲୋଗ ପ୍ରସ୍ତୁତ କରିବା ଲାଗି ଏହି ସ୍ଥାନକୁ ଆସିଥିଲେ ।

ଡିଜି ଖାନ ଉପାୟୁକ୍ତ ଅନୱର ବରିୟାର ଅନୁସାରେ ଆମେରିକୀୟ ଝିଅ ନିଜର ସାମାଜିକ ଗଣମାଧ୍ୟମ ବନ୍ଧୁ ମୁଜମଲ ସିପ୍ରାଙ୍କ ନିମନ୍ତ୍ରଣରେ କରାଚୀରୁ ଫୋର୍ଟ ମୁନରୋ ଯାଇଥିଲେ । ପୋଲିସ ଅଧିକାରୀ ଅନୁସାରେ ପାକିସ୍ତାନରେ ପର୍ଯ୍ୟଟକ ଭିସାରେ ଆସିଥିବା ମହିଳା ୭ ମାସ ପୂର୍ବରୁ ବିଦେଶରେ ଅଛନ୍ତି । ସେ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking