34.4 C
Bhubaneswar
Tuesday, June 9, 2026
Homeଓଡିଶାବିମାନଯାତ୍ରା ନେଇ ବାବୁଙ୍କୁ ତାଗିଦ: ଲାଗିଲା କଟକଣା

ବିମାନଯାତ୍ରା ନେଇ ବାବୁଙ୍କୁ ତାଗିଦ: ଲାଗିଲା କଟକଣା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ପେଟ୍ରୋଲ, ଡିଜେଲର ବ୍ୟବହାର କମ୍‌ କରିବା ପାଇଁ କହିବା ପରଠାରୁ ସାଧାରଣରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ରହିଛି। ସମାନଭାବେ ବର୍ତ୍ତମାନ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ତୈଳ ପହଞ୍ଚି ପାରୁ ନ ଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟ ସରକାର ଖର୍ଚ୍ଚ କମ୍‌ କରିବା ପାଇଁ ସରକାରୀ ବାବୁମାନଙ୍କ ଗାଡ଼ି ବ୍ୟବହାର ଉପରେ ଏକପ୍ରକାର କଟକଣା ଲଗାଇ ସାରିଛନ୍ତି। ପୂର୍ବଭଳି ଜଣେ ଅଧିକାରୀ ଏକୁଟିଆ ଗୋଟିଏ ସରକାରୀ ଗାଡ଼ି ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥିତି ସରକାରୀ ବାବୁମାନଙ୍କ ବିମାନ ଯାତ୍ରାକୁ ନେଇ ନୂଆ ତଥ୍ୟ ଦୃଷ୍ଟିକୁ ଆସିଛି। ଅର୍ଥ ବିଭାଗ ପକ୍ଷରୁ ଗତ ୫ ତାରିଖରେ ଜାରି କରାଯାଇଥିବା ଏକ ସ୍ମାରକ ଅନୁଯାୟୀ, ସରକାରୀ ଗସ୍ତ ସମୟରେ କର୍ମଚାରୀମାନେ ବିଜ୍‌ନେସ କ୍ଲାସରେ ବିମାନଯାତ୍ରା କରିବା ପାଇଁ ଗୋଟିଏ ଜାଗାରେ ଦୁଇଟି ବିମାନର ବ୍ୟବହାର କରୁଛନ୍ତି। ଏହାଦ୍ୱାରା ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ ହେଉଥିବା ନଜରକୁ ଆସିବା ପରେ ଏହା ଉପରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking