ପୁରୀ: ପୁରୀ ଜିଲ୍ଲା ନିମାପଡ଼ାରେ ପୁଲିସକୁ ଆକ୍ରମଣ । ନିମାପଡା ବ୍ଲକ ହରିପୁର ଗାଁରେ ଦୁଇ ଅଭିଯୁକ୍ତ ମା ଓ ପୁଅଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ । ବଳଙ୍ଗା ଥାନା ଅଧିକାରୀଙ୍କ ସମେତ ୨ଜଣ ହୋମ ଗାର୍ଡଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଛନ୍ତି ବଳଙ୍ଗା ଥାନା ଅଧିକାରୀ ସସ୍ମିତା ସାହୁ । ଅଭିଯୁକ୍ତଙ୍କ ନାଁରେ ୮୦ ହଜାରରୁ ଅଧିକ ଟଙ୍କା ଠକେଇ ଭଳି ସଂଗୀନ ଅଭିଯୋଗ ଥିଲା। ପୁଲିସ ମାଆ ଓ ପୁଅଙ୍କୁ ଧରିବାକୁ ଯାଇଥିଲା। ସେହି ସମୟରେ ପୁଲିସକୁ ଆକ୍ରମଣ ହୋଇଛି। ଆହତ ପୋଲିସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।










