34.4 C
Bhubaneswar
Tuesday, June 9, 2026
Homeଦେଶ ବିଦେଶନିଜ ଜ୍ୱାଇଁକୁ ବାହାହେଲେ ଶାଶୁ

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ

ଉତ୍ତରପ୍ରଦେଶ:  ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ ପରେ ଉଭୟେ ସୋସିଆଲ ମିଡିଆରେ ଏହାର ଘୋଷଣା କରିବା ସହ ଫେରାର୍‌ ହୋଇଯାଇଛନ୍ତି।ଏହି ଘଟଣାଟି କାନପୁର ଦେହାତର ଆକବରପୁର ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଶାଶୁ ଏବଂ ଜ୍ୱାଇଁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିଶେଷରେ ଯୁବକ ଜଣକ ନିଜ ସ୍ତ୍ରୀକୁ ଛାଡି ଶାଶୁଙ୍କୁ ନେଇ ଘରୁ ପଳାଇଥିଲେ ଏବଂ ଉଭୟେ କାନପୁର କୋର୍ଟରେ ପହଞ୍ଚି ଆଇନଗତ ଭାବେ ବିବାହ କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ବିବାହକୁ ଲୁଚାଇବା ପରିବର୍ତ୍ତେ ଉଭୟେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭାଇରାଲ ଭିଡିଓରେ ସେମାନେ ପରିବାର ଏବଂ ସମାଜର କଥା ନଭାବି ସ୍ୱଇଚ୍ଛାରେ ବିବାହ କରିଥିବା ଦର୍ଶାଇଛନ୍ତି। ଏହା ସହ ନିଜର ନୂଆ ସମ୍ପର୍କ ପାଇଁ ଲୋକଙ୍କଠାରୁ ଆଶୀର୍ୱାଦ ମଧ୍ୟ ମାଗିଛନ୍ତି।ଏହି ଘଟଣା ଏବଂ ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଭିଡିଓ ପୋଷ୍ଟ କରିବା ପରଠାରୁ ଶାଶୁ ଓ ଜ୍ୱାଇଁ ଫେରାର୍‌ ଥିବା ବେଳେ ଏନେଇ ଏପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ଏହା ପୂର୍ୱରୁ ୟୁପିର ଆଲିଗଡ଼ ଜିଲାରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ଝିଅର ବାହାଘର କାର୍ଡ ବଣ୍ଟା ସରିଥିବା ବେଳେ ବାହାଘର ପୂର୍ୱରୁ ମା’ ନିଜର ହେବାକୁ ଥିବା ଜ୍ୱାଇଁଙ୍କ ସହ ଫେରାର୍‌ ହୋଇଯାଇଥିଲେ ଏବଂ ଉଭୟେ ବିବାହ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking