40.7 C
Bhubaneswar
Tuesday, June 9, 2026
Homeଓଡିଶାପୁରୀ ଆୟୁର୍ବେଦ କଲେଜର ଛାତ୍ରୀଙ୍କ ମୃତ୍ୟୁ

ପୁରୀ ଆୟୁର୍ବେଦ କଲେଜର ଛାତ୍ରୀଙ୍କ ମୃତ୍ୟୁ

ପୁରୀ : ଲୋକବଳ ନ ଥିବାରୁ ସାଙ୍ଗକୁ ସ୍ୱର୍ଗଦ୍ୱାର ନେବା ସହ ସାଙ୍ଗକୁ ମୁଖାଗ୍ନି ଦେଇଛନ୍ତି ସାଙ୍ଗ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ । ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଭଡ଼ାରେ ନିଜ ମାଙ୍କ ସହ ରହୁଥିଲେ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମୀକା ପଣ୍ଡା । ତେବେ ରାତି ସାରା ଅନିଦ୍ରା ହୋଇ ପ୍ରାଟିକାଲ ରେକର୍ଡ୍ ପ୍ରସ୍ତୁତ କରିଥିଲେ । ସକାଳ ଜଳଖିଆ ଖାଇ ନିଜ ରୁମ୍‌ରେ ଶୋଇଥିଲେ । ମଧ୍ୟାହ୍ନଭୋଜନ ଖାଇବାକୁ ମା, ବାପା ଡାକିଥିଲେ । ହେଲେ ଆଉ ଉଠିନଥିଲା ଝିଅ ।ଦେହ ଅସୁସ୍ଥ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏକମାତ୍ର ସନ୍ତାନକୁ ହରାଇ ମା’, ବାପା ଓ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମୃତକ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡା । ତାଙ୍କ ମୃତ୍ୟୁରେ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ସହପାଠୀମାନେ ମଧ୍ୟ ଜମା ହୋଇଥିଲେ । ଚାରିକାନ୍ଧ ଦେବାକୁ ପରିଜନ ସଂଖ୍ୟା ନଥିବାରୁ ସହପାଠୀମାନେ କୋକେଇ ସଜାଡ଼ି ଚାରିକାନ୍ଧ ଦେଇଥିଲେ ସାଙ୍ଗମାନେ । ସଦର ମୁଖ୍ୟ ଚିକିତ୍ସାଳୟରୁ ସ୍ବର୍ଗଦ୍ଵାରକୁ ଶବକୁ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking