36.1 C
Bhubaneswar
Tuesday, June 9, 2026
Homeଓଡିଶାପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ: ଯାନବାହନ ଠପ୍

ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ: ଯାନବାହନ ଠପ୍

ଛେଣ୍ଡିପଦା: ଛେଣ୍ଡିପଦା–ବାଗଡ଼ିଆ ଜାତୀୟ ରାସ୍ତାରେ ସଜରାସାହି ଅଞ୍ଚଳର ଲୋକମାନେ ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ପିଇବା ପାଣି ସମସ୍ୟା ରହିଥିଲା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସମାଧାନ ନ ହେବାରୁ ସ୍ଥାନୀୟ ଲୋକ ଆଜି ସକାଳୁ ଆନ୍ଦୋଳନକୁ ଆସିଛନ୍ତି । ରାସ୍ତା ଅବରୋଧ ହେବାରୁ ଛେଣ୍ଡିପଦା–ବାଗଡ଼ିଆ ରୁଟ୍‌ରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ଶତାଧିକ ଯାତ୍ରୀ ରାସ୍ତାରେ ଅଟକି ହନ୍ତସନ୍ତ ହେଉଛନ୍ତି ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ସଜରାସାହିରେ ଦୀର୍ଘଦିନ ଧରି ପାଣି ଯୋଗାଣ ବ୍ୟବସ୍ଥା ବିଘ୍ନିତ ରହିଛି । ଟ୍ୟାଙ୍କର କିମ୍ବା ପାଇପ ଯୋଗେ ପାଣି ଯଥେଷ୍ଟ ଭାବରେ ମିଳୁନାହିଁ, ଯାହା ଫଳରେ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି ।ଆନ୍ଦୋଳନକାରୀମାନେ ପ୍ରଶାସନ ଓ ପାଣି ବିଭାଗ ବିରୋଧରେ ନାରାବାଜି କରି ତୁରନ୍ତ ସମସ୍ୟା ସମାଧାନ ଦାବି କରିଛନ୍ତି । ସେମାନେ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ନ ହେବ, ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking