ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଗରିବଙ୍କ କଲ୍ୟାଣ ହେଉଛି ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ ଉଲ୍ଲେଖ କରିଛନ୍ତି ଯେ ଗରିବ କଲ୍ୟାଣର ୧୨ ବର୍ଷରେ, ସରକାର ଖାଦ୍ୟଶସ୍ୟ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ, ଜନ-ଧନ, ମୁଦ୍ରା ଋଣ ଭଳି କଲ୍ୟାଣକାରୀ ଯୋଜନା ମାଧ୍ୟମରେ କୋଟି କୋଟି ନାଗରିକଙ୍କୁ ବ୍ୟାଙ୍କ ସେବା,ଆର୍ଥିକ ସୁରକ୍ଷା ଏବଂ ଆତ୍ମନିଯୁକ୍ତି ସୁଯୋଗ ସହିତ ଯୋଡ଼ିଛନ୍ତି।‘ଏକ୍ସ’ରେ ଏକ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଲେଖିଛନ୍ତି,ଗରିବ କଲ୍ୟାଣ ହେଉଛି ମୋଦୀ ସରକାରଙ୍କସର୍ବୋଚ୍ଚ ପ୍ରାଥମିକତା। ଗରିବ କଲ୍ୟାଣ ର ୧୨ ବର୍ଷରେ ସରକାର ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ଜନ-ଧନ, ମୁଦ୍ରାଋଣ ଏବଂ ପ୍ରଧାନମନ୍ତ୍ରୀ ସ୍ୱନିଧି ଭଳି କଲ୍ୟାଣକାରୀ ଯୋଜନା ମାଧ୍ୟମରେ କୋଟି କୋଟି ନାଗରିକଙ୍କୁ ବ୍ୟାଙ୍କ ସେବା, ଆର୍ଥିକସୁରକ୍ଷା ଏବଂ ଆତ୍ମନିଯୁକ୍ତି ସୁଯୋଗ ସହିତ ଯୋଡ଼ିଛନ୍ତି। ଦେଶର ଗରିବମାନଙ୍କୁ ମୌଳିକ ସୁବିଧା, ସାମାଜିକ ସୁରକ୍ଷା ଏବଂ ଉନ୍ନତଜୀବନଧାରଣ ମାନ ମାଧ୍ୟମରେ ଅର୍ଥନୈତିକ ମୁଖ୍ୟଧାରାରେ ସାମିଲ କରି ' ବିକଶିତ ଭାରତ ପାଇଁ ଏକ ଦୃଢ଼ ମୂଳଦୁଆ ନିର୍ମାଣକରାଯାଉଛି।










