30.6 C
Bhubaneswar
Sunday, May 24, 2026
Homeଓଡିଶାସିଜିମାଳିରେ ଯୁବ କଂଗ୍ରେସର ଗର୍ଜନ

ସିଜିମାଳିରେ ଯୁବ କଂଗ୍ରେସର ଗର୍ଜନ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ସିଜିମାଳି ଅଂଚଳର ତଳଆମ୍ବପଦର, ସୁଲୁବାଡି, ଡୁମୁରୀପଦର, କୁଲ୍‌ର୍ଲିଙ୍ଗ, ନାକୁରୁଣ୍ଡି ଓ କେରେପାଇ ପ୍ରମୁଖ ଅଂଚଳ ଯାଇ ବିସ୍ଥାପିତ ଓ ପ୍ରଭାବିତ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଆଇସିସିର ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ମନିଷ ଶର୍ମା ଏହି ଯାତ୍ରାରେ ଯୋଗ ଦେଇ ଜନନାୟକ ରାହୁଲ ଗାନ୍ଧୀଙ୍କର ଆଦିବାସୀ ବନବାସୀ ଓ ଦଳିତବର୍ଗର ଲୋକମାନଙ୍କ ପ୍ରତି ଥିବା ଆବେଗ ଓ ସଦିଚ୍ଛା ଜଣାଇଥିଲେ । ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ କହିଥିଲେ ଯେ, ସିଜିମାଳିର ଲଢ଼େଇର ଶାଣିତ ସ୍ୱରକୁ ବିଜେପି ସରକାର ଚାପି ଦେବା ପାଇଁ ଯେଉଁ ହିନ ଉଦ୍ୟମ କରୁଛନ୍ତି ସେଥିରେ ସେ ସଫଳ ହୋଇପାରିବ ନାହିଁ । ଆଦିବାସୀ, ବନବାସୀ ଓ ଦଳିତ ଲୋକଙ୍କର ଜୀବନ ଜୀବିକାକୁ ଶେଷ କରି ତାଙ୍କୁ ବାସଚ୍ୟୁତ କରି ଓ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ବିଜେପି ସରକାର ଶାନ୍ତିରେ ବସିପାରିବେ ନାହିଁ । ଯୁବ କଂଗ୍ରେସ ଆଦିବାସୀଙ୍କ ଲଢ଼େଇର ଅଂଶୀଦାର ହୋଇଛି । ମୋହନ ସରକାର ସିଜିମାଳିରୁ ବକ୍‌ସାଇଟ ଲୁଟ୍ ପାଇଁ ଯେଉଁ ହୀନ ଉପାୟ ଅବଲମ୍ବନ କରୁଛନ୍ତି ତାହାର ଯୁବ କଂଗ୍ରେସ ଦେଉଛି ଏବଂ ଆଗାମୀ ଦିନରେ ଲଢ଼େଇ ତିବ୍ରତର ହେବ ।  ଏହି କାର୍ଯ୍ୟକ୍ରମରେ ମହେଶ ଦେଶମୁଖ୍‌, ଖୁସି ଟିଗା, ବିିଭିନନ ଜିଲ୍ଲା ଯୁବ କଂଗ୍ରେସ ସଭାପତି, ପ୍ରଦେଶ କଂଗ୍ରେସର ରାଜ୍ୟ କର୍ମକର୍ତ୍ତା, ମୋହନ ନାୟକ, ସୁରଜ ବେହେରା ପମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking