ପେଟ୍ରୋଲ-ଡିଜେଲ ଖର୍ଚ୍ଚ କମାଅ। ଏନେଇ ସମସ୍ତ ବିଭାଗକୁ ଚିଠି କରିଛନ୍ତି ସରକାର। ସରକାରୀ କାର୍ଯ୍ୟକ୍ରମରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏନେଇ ଚିଠି କରିଛନ୍ତି ଉନ୍ନୟନ କମିଶନର।ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକସ୍ତରୀୟ କାର୍ଯ୍ୟାଳୟ, ସରକାରୀ ଓ ସରକାରୀ ସମର୍ଥିତ ଉଦ୍ୟୋଗ, ସଂସ୍ଥା, ବିଶ୍ବବିଦ୍ୟାଳୟ ଓ ସମିତି ଗୁଡିକରେ ନିର୍ଦ୍ଦେଶର କଡ଼ା ଅନୁପାଳନ ପାଇଁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ବୈଠକ ହ୍ରାସ କରିବା, ସରକାରୀ କାମରେ ଇଭି ଗାଡିର ବ୍ୟବହାର, କାର୍ ପୁଲିଂ କରିବା, ଦୂରସ୍ଥାନ ପରିଦର୍ଶନ ପାଇଁ ବସ ଓ ଟ୍ରେନର ବ୍ୟବହାର କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।










