30 C
Bhubaneswar
Monday, May 25, 2026
Homeଦେଶ ବିଦେଶଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୨୩ ମୃତ, ଅନେକ ଆହତ

ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ୨୩ ମୃତ, ଅନେକ ଆହତ

ପାକିସ୍ତାନ : ପାକିସ୍ତାନର ବଲୁଚିସ୍ତାନ ପାଖ କ୍ବେଟାରେ ଚମନ ମୁଖ୍ୟଦ୍ବାର ପାଖରେ ପାକିସ୍ତାନର ବାଲୁଚିସ୍ତାନ ପ୍ରାନ୍ତର କ୍ୱେଟାରେ ଭୟଙ୍କର ବିସ୍ଫୋରଣ। ଚମନ ଫାଟକ ନିକଟରେ ଏକ ପ୍ୟାସେଞ୍ଜର ଟ୍ରେନକୁ ଟାର୍ଗେଟ କରି ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଅତି କମରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଟ୍ରେନର ଏକାଧିକ ବଗି ପାଟିରୁ ଖସି ପଡ଼ିଥିଲା । ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ଧୂଆଁ ଓ ନିଆଁ ଦେଖିବାକୁ ମିଳିଥିଲା । ଖବରପାଇ ସୁରକ୍ଷାବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି ।ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହାନ୍ତି । ବାଲୁଚିସ୍ତାନରେ ପୂର୍ବରୁ ମଧ୍ୟ ଏଭଳି ଆତଙ୍କୀ ଆକ୍ରମଣ ଘଟିଥିବାବେଳେ, ଏହି ଘଟଣା ପୁଣିଥରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking