13.1 C
Bhubaneswar
Sunday, December 7, 2025
Homeଓଡିଶାଧାନ ପାଇଁ ତାତିଲେ ଚାଷୀ

ଧାନ ପାଇଁ ତାତିଲେ ଚାଷୀ

ଗଜପତି : ଆଜି ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ବନ୍ଦ ପାଳନ ହେଉଛି। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ୪ଟା ପର୍ଯ୍ୟନ୍ତ ଚାଲିବ। ଫଳରେ କାଶୀନଗର ବ୍ଲକରେ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି। କାଶୀନଗର ଅଂଚଳରେ ଚାଷୀ ମାନଙ୍କୁ ଟୋକନ ଦିଆଯାଇଛି। ହେଲେ ମଣ୍ଡିରୁ ଧାନ ଉଠାଯାଉନାହିଁ। ଗତ ୧୫ ଦିନ ହେଲା ଚାଷୀ ମାନେ ଏନେଇ ତହସିଲ ଅଫିସ ଘେରାଉ କରିଥିଲେ। ତହସିଲଦାର ସେମାନଙ୍କୁ ନିର୍ଭର ପ୍ରତିଶୃତି ଦେଇ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ତଥାପି ଧାନ ଉଠିନଥିବାରୁ ଚାଷୀମାନେ କାଶୀନଗର ବ୍ଳକ ବନ୍ଦ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking