20.1 C
Bhubaneswar
Saturday, November 23, 2024
Homeଓଡିଶା୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଏମ୍‌ଜିଏନ୍‌ଆର୍‌ଇଜି (ମନେରାଗା) ବିଲ୍ ପାସ୍ କରେଇଦେବା ପାଇଁ ଗାଁ ସାଥି ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଜଣେ ପିଇଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପିଇଓ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ସନ୍ୟାସୀ ନାଏକ । ସୂଚନା ଯୋଗ୍ୟ ଯେ, କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ ବିଲ୍ ଟଙ୍କା କରାଇଦେବା ପାଇଁ ନହେଲା ଗ୍ରାମର ସୁରେନ୍ଦ୍ର ନାଏକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା । ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ସହରର ରାମନଗରପଡ଼ାଠାରେ ପିଇଓ ସନ୍ୟାସୀ ନାଏକ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା । ଲାଞ୍ଚୁଆ ପିଇଓଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ତଦନ୍ତ ସଂସ୍ଥା । ଲାଞ୍ଜିଗଡରେ ଥିବା ନିଜସ୍ୱ ଘର, ଭବାନୀପାଟଣା ଜଳେଶ୍ୱର ମନ୍ଦିର ପଡ଼ାରେ ଥିବା ଦୁଇ ମହଲା କୋଠା ସମେତ ପଞ୍ଚାୟତ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ପିଇଓ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ୩ ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢଉ ଚାଲିଥିବା ବେଳେ ଚଢଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ପିଇଓ ଜଣକ ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର କରାଇଦେବା ସହ ମନରେଗା ଯୋଜନାରେ ବିଲ୍ କରାଇବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking