ମୁମ୍ବାଇ: ଆମେରିକା ଓ ୱେଷ୍ଟ୍ଇଣ୍ଡିଜ୍ରେ ଜୁନ୍ ୨ ତାରିଖରୁ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ନ୍ୟୁୟର୍କରେ ପହଞ୍ଚିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସୋମବାର ଟିମ୍ ନ୍ୟୁୟର୍କରେ ପହଞ୍ଚିବାର ଭିଡିଓ ଶେୟାର୍ କରିଛି । ଟିମ୍ ମେ ୨୫ ତାରିଖରେ ମୁମ୍ବାଇ ବିମାନ ବନ୍ଦରରୁ ଆମେରିକା ଅଭିମୁଖେ ଯାତ୍ରା କରିଥିଲା । ଟିମ୍ ଇଣ୍ଡିଆ ଜୁନ୍ ୧ ତାରିଖରେ ବାଂଲାଦେଶ ବିପକ୍ଷରେ ୱାର୍ମ-ଅପ୍ ମ୍ୟାଚ୍ ଖେଳିବ । ପ୍ରଥମ ବ୍ୟାଚ୍ରେ ଟିମ୍ ସହିତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍, କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ସମେତ କେତେକ ଖେଳାଳି ଏବଂ ଟିମ୍ ଷ୍ଟାଫ୍ ସାମିଲ ଅଛନ୍ତି । ଦ୍ୱିତୀୟ ବ୍ୟାଚ୍ ଆଜି ଯାତ୍ରା କରିପାରେ ।
ପ୍ରଥମ ବ୍ୟାଚ୍ରେ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି, ଭାଇସ୍ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ୍କିପର୍-ବ୍ୟାଟର୍ ସଞ୍ଜୁ ସାମ୍ସମନ୍ ଯାଇନାହାନ୍ତି । କୋହଲି ଆଇପିଏଲ୍ ପରେ ଖେଳରୁ ଛୋଟ ବ୍ରେକ୍ ନେଇଛନ୍ତି । ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସଞ୍ଜୁ ସାମ୍ସନ୍ ବିଳମ୍ବରେ ଟିମ୍ ସହିତ ଯୋଡ଼ିହେବେ । ଟିମ୍ ଇଣ୍ଡିଆ ଜୁନ୍୫ ତାରିଖରେ ଆୟର୍ଲାଣ୍ଡ୍ ବିପକ୍ଷରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହାପରେ ଜୁନ୍ ୯ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୧୨ରେ ଆମେରିକା ଏବଂ ଜୁନ୍ ୧୫ରେ କାନାଡ଼ାକୁ ଭେଟିବ ।