ଭୁବନେଶ୍ୱର: ନିର୍ବାଚନ ସମୟରେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି। ବିଜେପି ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ସରକାରୀ ଗାଡି ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଛି ବିଜେଡି। ସୁମନ୍ତ ନାମାଙ୍କନ ଭରିବାକୁ ଯିବାବେଳେ ସରକାରୀ ଗାଡି ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସରକାରୀ ଗାଡି ବାବଦରେ ତଦନ୍ତ କରିବା ସହ ସୁମନ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ସିଇଓଙ୍କ ନିକଟରେ ଅଭିଯୋଗ କରିଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲାଗି ବିଜେପି ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେଡି।