ବରଗଡ: ବରଗଡ ସଭାରେ ଆରମ୍ଭରୁ ହମଲା କଲେ ମୋଦି । ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି । ସାରା ଓଡିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । ଲୋକ କହୁଛନ୍ତି ଆଉ କେତେ ଦିନ ସହିବ ଓଡିଶା । ଏନ୍ଡିଏ ୪ ଶହ ପାର୍ ଏଠାରୁ ସଫା ସଫା ଦିଶୁଛି । କଂଗ୍ରେସ ମାନ୍ୟ ବିପକ୍ଷ ବି ହୋଇପାରିବନି ସ୍ପଷ୍ଟ ଦିଶୁଛି । ବିଜେଡି ସରକାର ଏଠାରେ ବିକାଶ କାର୍ଯ୍ୟରେ ବିଫଳ ହୋଇଛି । ବିଜେଡି ସରକାର କିଏ ଚଳାଉଛନ୍ତି ପଚାରିଲେ ପ୍ରଧାମନ୍ତ୍ରୀ । ଓଡିଶାରେ ସରକାର ପୂରା ଆଉଟ ସୋର୍ସ ହୋଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡିଶାକୁ ଜାଣିନି, ତା ହାତକୁ ଓଡିଶା ଯିବା ଉଚିତ କି । ଓଡିଶାକୁ ବଞ୍ଚାଇବା ଦାୟିତ୍ୱ କାହାକ ପଚାରିଲେ ପ୍ରଧାନମନ୍ତ୍ରୀ । ମୋ ଓଡିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛୁ । ଅପର ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶା ଗରିବ କାହିଁକି । ଏହାର କାରଣ ସରକାର ନିର୍ବାଚିତ ଲୋକ ଚଳାଉ ନାହାନ୍ତି । ସରକାର ପରିଚାଳନା କାର୍ଯ୍ୟ ଆଉଟସୋର୍ସ ହୋଇଯାଇଛି । ବିଜେଡି ସରକାର ଭାତ ହାଣ୍ଡି ଖାଲି କରଦେଇଛି । ସବୁ ଧନସଂପତ୍ତି ବିଜେଡି ନେତାଙ୍କ ଘରକୁ ପଳାଇଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟୁଛି । ଓଡିଶାବୁ ବରବାଦ କରୁଥିବା ବିଜେଡିକୁ ହଟାଇବା ଦରକାର । ବିଜେଡି ସରକାର ଆପଣମାନଙ୍କୁ ଧୋକା ଦେଇ ଚାଲିଛି । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୬ଶହ ଟଙ୍କା ମିଳୁଛି । ଚାଷୀଙ୍କ ବାକି ପଇସା ବିଜେଡି ଦଲାଲଙ୍କ ଖାତାକୁ ଚାଲିଯାଉଛି । ବିଜେପି ଆସିଲେ ୩୧ଶହ ଧାନ, ୪୮ ଘଣ୍ଟାରେ ପଇସା ମିଳିବ । ବରଗଡ଼ରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏହି ଲୋକସଭା କ୍ଷେତ୍ରର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ବରଗଡ଼ ବିଜୟ ସଂକଳ୍ପ ସମାବେଶ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପୁରୋହିତ ଓ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।