18.1 C
Bhubaneswar
Sunday, November 24, 2024
Homeଓଡିଶାବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ

ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସଠ ଗାଁ ରେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ଲୋକଙ୍କ ମଧ୍ୟରୁ ଯାଜପୁର ଜିଲା ମୁଖ୍ୟ ଚିକତ୍ସାଲୟ ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସଠ ଗାଁ ର ୭୫ବର୍ଷୀୟା ବୃଦ୍ଧ ଶଶୀଭୁଷଣ ବେହେରା । ଗତ ଶୁକ୍ରବାର ଦିନ ଠାରୁ ଗାଁରେ ବିଷାକ୍ତ ଖାଦ୍ୟ ଖାଇ ୨୦ ରୁ ଉର୍ଦ୍ଧ ବ୍ୟକ୍ତି ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ମେଡିକାଲ ରେ ଭର୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ଙ୍କୁ କଟକ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ତୃଟି ପୂର୍ଣ୍ଣ ଚିକିତ୍ସା ପାଇଁ ମୃତ ହୋଇଥିବା ଅଭିଯୋଗ କରିଛନ୍ତି ସଂପର୍କୀୟ। ଅନ୍ୟପଟେ ଯଦି ସେଭଳି କିଛି ତଥ୍ୟ ସାମ୍ନା କୁ ଆସେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking