ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଂଶ ଗାଁର ଭବାନୀ ଶଙ୍କର ରାଉତ(୨୧) ଓ ମନୋରଞ୍ଜନ ମହାପାତ୍ର (୨୨) ଗତ ୫ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ବ୍ଲୁ-ଲେକ୍ ବା ନୀଳହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମାନଙ୍କୁ ହତ୍ୟା କରି ଗଭୀର ଜଳ ମଧ୍ୟକୁ ଫିଙ୍ଗି ଦିଆଯାଇଥିଲା । ଏ ନେଇ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ଏହି ଅନର କିଲିଂରେ ଭାଇ ଭାଉଜଙ୍କ ସମେତ ୫ ଜଣ ସୁପାରୀ କିଲରଙ୍କ ସମ୍ପୃକ୍ତି ରହିଥିବା ନେଇ ସୂଚନା ମିଳିଛି। ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ, ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।