22.1 C
Bhubaneswar
Friday, November 29, 2024
Homeଦେଶ ବିଦେଶଏଥର ୪୦୦ରୁ ଅଧିକ ଆସନ ପାଇବୁ : ମୋଦୀ

ଏଥର ୪୦୦ରୁ ଅଧିକ ଆସନ ପାଇବୁ : ମୋଦୀ

ନୂଆଦିଲ୍ଲୀ: ଏନଡିଏ ସରକାରର ୩ୟ କାର୍ଯ୍ୟକାଳରେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଅନ୍ୟବାଦ ପ୍ରସ୍ତାବ ଆଲୋଚନାର ଭାଗ ନେଇ ସେ ଏହା କହିଛନ୍ତି । ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ ଅଧିକ ଆସନ ପାଇବ । ଏନଡିଏ ସରକାର ଆସନ୍ତା ୧ ହଜାର ବର୍ଷ ପାଇଁ ଦେଶକୁ ପ୍ରସ୍ତୁତ କରିବ ।

ଦେଶବାସୀଙ୍କ କ୍ଷମତା ଉପରେ ଏହି ବିଶ୍ବାସ ଅଛି ବୋଲି ସେ କହିଛନ୍ତି । ରାମ ମନ୍ଦିର ଉପରେ ସେ କହିଛନ୍ତି ଯେ କେବଳ ଭଗବାନ ରାମ ନିଜ ଘରକୁ ଫେରିନାହାନ୍ତି, ବରଂ ଏପରି ଏକ ମନ୍ଦିର ନିର୍ମାଣ କରାଗଲା ଯାହାକି ମହାନ ଭାରତୀୟ ପରମ୍ପରାକୁ ନୂଆ ଶକ୍ତି ଦେଇଚାଲିବ । ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହା ମୋର ତୃତୀୟ ପାଳିରେ ହେବ। ସେ କହିଛନ୍ତି ଯେ ଦେଶରେ କେତେ ଦ୍ରୁତ ଗତିରେ କାମ ହେଉଛି ତାହା କଂଗ୍ରେସ କଳ୍ପନା ମଧ୍ୟ କରିପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking