16.1 C
Bhubaneswar
Sunday, December 15, 2024
Homeଓଡିଶାଆସନ୍ତୁ ଜାଣିବା ପିସ୍ତା ଖାଇବାର ଲାଭ କ’ଣ?

ଆସନ୍ତୁ ଜାଣିବା ପିସ୍ତା ଖାଇବାର ଲାଭ କ’ଣ?

ଭୁବନେଶ୍ଵର : ଡ୍ରାଏ ଫ୍ରୁଟ୍ ମଧ୍ୟରେ ଲୋକେ ପିସ୍ତା ବାଦାମ ଖାଇବାକୁ ବେଶୀ ପସନ୍ଦ କରନ୍ତି । ପିସ୍ତା ଖାଇବା ଦ୍ୱାରା ଶରୀରର ଅନେକ ରୋଗ ଭଲ ହୋଇଥାଏ। ଏଥିରେ ଫାଇବର, ଭିଟାମିନ୍ କେ, ଭିଟାମିନ୍ ବି -୬, ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ ସି, କାର୍ବୋହାଇଡ୍ରେଟ୍, ଆମିନୋ ଏସିଡ୍, ଭିଟାମିନ୍-ଏ, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍ ଓ ଫୋଲେଟ୍ ପରି ଭିଟାମିନ ପିସ୍ତାରେ ପ୍ରଚୁର ପରିମାଣରେ ମିଳିଥାଏ । ପିସ୍ତା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନର ମାତ୍ରା ମଧ୍ୟ ବଢିଥାଏ । ପିସ୍ତା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କିଛି ପିସ୍ତା ବାଦାମ ସେବନ କରନ୍ତୁ । ମଧୁମେହରେ ପୀଡିତ ଲୋକଙ୍କ ପାଇଁ ପିସ୍ତା ଉପକାରୀ । ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା କେଶ ସମସ୍ୟା ତଥା କେଶ ଝଡା, ରୁପି ଏବଂ କେଶର ଶୁଷ୍କତାରୁ ମଧ୍ୟ ଉପଶମ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking