ନୂଆଦିଲ୍ଲୀ: ପୁରୁଷ କ୍ରିକେଟ୍ରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରା ଷ୍ଟମ୍ପ୍ସର ବ୍ୟବହାର ହୋଇଛି । ମହିଳା ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଆରମ୍ଭ କରାଯାଇଥିବା ଏହି ନୂଆ ଧରଣ ଷ୍ଟମ୍ପ୍ସ ପୁରୁଷ ବିଗ୍ ବ୍ୟାଶ୍ ଲିଗ୍ରେ ବ୍ୟବହାର କରାଯାଇଛି । ଇଲେକ୍ଟ୍ରା ଷ୍ଟମ୍ପ୍ସ ଏକ ନୂଆ ଟେକ୍ନୋଲୋଜି, ଯେଉଁଥିରେ ଗୋଟିଏ ନୁହେଁ ବହୁ ପ୍ରକାରର ଲାଇଟ୍ ଜଳିଥାଏ । ମ୍ୟାଚ୍ ଇଭେଣ୍ଟ୍ସ ଅନୁସାରେ ଷ୍ଟମ୍ପ୍ସର ରଙ୍ଗ ପରିବର୍ତ୍ତିତ ହୋଇଥାଏ । ଯେପରି କି ଆଉଟ୍ ହେଲେ ପ୍ରଥମେ ଲାଲ୍ ଲାଇଟ୍ ଫ୍ଲାଶ୍ ହେବ ଏବଂ ପୁଣି ଫାୟାର୍ ଇଫେକ୍ଟ ଦେଖାଯିବ । ବ୍ୟାଟର୍ ଚୌକା ମାରିଲେ ଷ୍ଟମ୍ପ୍ର ରଙ୍ଗ ଶିଫ୍ଟ ହେବ ।
ଛକାରେ ଷ୍ଟମ୍ପ୍ସର ରଙ୍ଗ ସ୍କ୍ରଲ୍ ହେବ । ବୋଲର୍ ନୋ-ବଲ୍ ପକାଇରେ ଷ୍ଟମ୍ପ୍ସରେ ଲାଲ ଏବଂ ଧଳା ଲାଇଟ୍ ସ୍କଲ୍ କରିବ । ଏହା ବ୍ୟତୀତ ଓଭର୍ ମଧ୍ୟରେ ଷ୍ଟମ୍ପ୍ସରେ ବାଇଗଣି ଓ ନୀଳ ଲାଇଟ୍ ସ୍କଲ୍ ହେବ । ପର୍ଥ ସ୍କଚର୍ସ ଓ ସିଡ୍ନୀ ସିକ୍ସର୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ବିବିଏଲ୍ର ଏକାଦଶ ମ୍ୟାଚ୍ରେ ଏହାର ବ୍ୟବହାର କରାଯାଇଛି । ଡିସେମ୍ବର ୨୨ରେ ବିବିଏଲ୍ର ଆଧିକାରିକ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ଏକ ଭିଡିଓ ପୋଷ୍ଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏହି ନୂଆ ଧରଣର ଇଲେକ୍ଟ୍ରା ଷ୍ଟମ୍ପ୍ସ କେବେ ବ୍ୟବହାର କରାଯାଉଛି, ତାହା ଦେଖିବାକୁ ବାକି ରହିଛି ।