ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓପ୍ନର୍ ଶିଖର ଧୱନ୍ଙ୍କ ପୁତ୍ର ଜୋରାଭର ଧୱନ୍ର ଆଜି ଜନ୍ମଦିନ । ଏହି ଅବସରରେ ଶିଖର ଧୱନ୍ ଇନ୍ଷ୍ଟାଗ୍ରାମ୍ରେ ଏକ ଭାବୁକ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ତୋତେ ସାମ୍ନାରୁ ଦେଖିବା ଏକବର୍ଷ ହୋଇଗଲାଣି ଏବଂ ଏବେ ତିନିମାସ ହେବ ମୋତେ ସମସ୍ତ ପଟୁ ବ୍ଲକ୍ କରିଦିଆଯାଇଛି । ଏଥିପାଇଁ ବାର୍ଥ ଡେ ୱିସ୍ କରିବା ପାଇଁ ପୁରୁଣା ଫଟୋ ବ୍ୟବହାର କରୁଛି । ତୋତେ ଜନ୍ମଦିନର ବହୁତ ବହୁତ ଶୁଭକାମନା ।
ତୁ ମୋ ସହିତ ସିଧା ଯୋଡ଼ିହୋଇ ନପାରିଲେ ମଧ୍ୟ ଟେଲିପାଥି ଜରିଆରେ ମୁଁ ପ୍ରତ୍ୟେକ ଦିନ ତୋ ସହିତ ଯୋଡ଼ିହୋଇ ରହୁଛି । ତୋତେ ନେଇ ମୁଁ ବହୁ ଗର୍ବିତ ଏବଂ ମୁଁ ଜାଣିଛି ତୁ ବହୁ ଭଲ କରୁଛୁ ଓ ଭଲରେ ଲାଳିତ ପାଳିତ ହେଉଛୁ । ଧୱନ୍ ଆହୁରି ଲେଖିଛନ୍ତି, ତୋତେ ସବୁୁବେଳେ ମନେ ପକାଇବା ସହିତ ଭଲ ପାଉଛି । ମୁଁ ସର୍ବଦା ପଜିଟିଭ୍ ରହି କେତେବେଳେ ଭଗବାନଙ୍କ କୃପାରୁ ପୁଣି ଏକାଠିହେବା ତା ଅପେକ୍ଷାରେ ରହିଛି । ଏହା ସହିତ ଶାନ୍ତ, ଧୈର୍ଯ୍ୟବାନ ଏବଂ ମଜଭୁତ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ଭଲ କରିବାକୁ ଧୱନ୍ ପୁତ୍ର ଜୋରାଭରକୁ ଏହି ପୋଷ୍ଟ ଜରିଆରେ ଉପଦେଶ ମଧ୍ୟ ଦେଇଛନ୍ତି ।