ଭୁବନେଶ୍ୱର : ସିନିୟର ବୋଲି ପରିଚୟ ଦେଇ ହଷ୍ଟେଲ୍ରେ ପଶୁଥିଲା ଅଭିଯୁକ୍ତ, ଆଉ ଛାତ୍ରଙ୍କଠାରୁ ଟଙ୍କା ଠକେଇ କରୁଥିଲା ଜ୍ଝ ବିହାର ସଚିନ କୁମାର ଗୁପ୍ତା ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ସେ ରାଜଧାନୀର ବିଭିନ୍ନ ହଷ୍ଟେଲ୍କୁ ଯାଉଥିଲେ। ଆଉ ନିଜକୁ ସିନିୟର ବୋଲି ପରିଚୟ ଦେଉଥିଲେ। ରୁମ୍ରେ ରହୁଥିଲେ ବୋଲି କହୁଥିଲେ। ସଚିନ ମିଠା ମିଠା କଥା କହି ହଷ୍ଟେଲ୍କୁ ନୂଆକରି ଆସୁଥିବା ଛାତ୍ରଙ୍କ ମନ କିଣୁଥିଲେ। ବିଭିନ୍ନ ବାହାନା କରି ସେମାନଙ୍କୁ ଟଙ୍କା ମାଗୁଥିଲେ। ସିନିୟର ବୋଲି ଭାବି ଛାତ୍ରମାନେ ଟଙ୍କା ଦେଉଥିଲେ। ହେଲେ ସଚିନ ସେହି ଟଙ୍କା ଧରି ପଳାଉଥିଲେ। ଆଉ ଧରାଛୁଆଁ ଦେଉନଥିଲେ। ପରବର୍ତ୍ତୀ ସମୟରେ ସେ ଆଉ ଗୋଟିଏ ହଷ୍ଟେଲ୍କୁ ଟାର୍ଗେଟ କରୁଥିଲା। ସେଠାରେ ମଧ୍ୟ ଆଉ ଜଣେ ଛାତ୍ରଙ୍କୁ ନିଜ ଜାଲ୍ରେ ଫସାଉଥିଲା। ତାହାଠାରୁ ମଧ୍ୟ ଲୁଟ୍ କରୁଥିଲା। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଜ୍ଝ ସୂଚନା ଅନୁଯାଇ ,ଜଣେ ବିହାରୀ ଯୁବକ ଏହି ମାୟା ଜାଲ ବିଛାଇଥିଲେ । ସିନିୟର ବୋଲି ପରିଚୟ ଦେଇ ହଷ୍ଟେଲ୍ରେ ପଶୁଥିଲା ଓ ଆଉ ଛାତ୍ରଙ୍କଠାରୁ ଟଙ୍କା ଠକେଇ କରୁଥିଲା ଜ୍ଝ ଏନେଇ ଅଭିଯୋଗ ପରେ କମିଶନରେଟ ପୁଲିସ ସଚିନ କୁମାର ଗୁପ୍ତାକୁ ଗିରଫ କରିଛି। ସୂଚନା ଅନୁଯାଇ ସେ ମୋଟ ୫ ଲକ୍ଷ ୨୫୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କିଛି ଛାତ୍ର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ୍ରେଟ୍ ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ ବେଳେ ସଚିନ କୁମାର ଗୁପ୍ତାଙ୍କ ପାଖରେ ପହଞ୍ଚିଥିଲା କମିଶନରେଟ୍ ପୁଲିସ୍। ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।