ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ନିର୍ବାଚନ ସରିବା ମାତ୍ରେ ହିଁ ଏଲ୍ପିଜି ସିଲିଣ୍ଡର୍ ମୂଲ୍ୟ ବୃଦ୍ଧି ପାଇଛି । ଡିସେମ୍ବର ଏକ ତାରିଖରୁ ସାରା ଦେଶରେ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟରେ ୨୧ ଟଙ୍କା ବୃଦ୍ଧି ହୋଇଛି । ତେବେ ଘରୋଇ ସିଲିଣ୍ଡର୍ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅଗଷ୍ଟ ୩୦ ତାରିଖରେ ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା ।
ଆଜିର ଏହି ମୂଲ୍ୟ ବୃଦ୍ଧି ପରେ ୧୯ କିଗ୍ରା କମର୍ସିଆଲ୍ ସିଲିଣ୍ଡର ଦାମ ଦିଲ୍ଲୀରେ ୧୭୯୬.୫୦ ଟଙ୍କା ହୋଇଛି । ସେହିପରି କୋଲ୍କାତାରେ ୧୯୦୮, ମୁମ୍ବାଇରେ ୧୭୪୯, ଚେନ୍ନାଇରେ ୧୯୬୮.୫୦ ଟଙ୍କା ହୋଇଛି ।