19.1 C
Bhubaneswar
Sunday, November 24, 2024
Homeଓଡିଶାମଣିପୁର: ବ୍ୟାଙ୍କରୁ ୧୮.୮୫ କୋଟି ଲୁଟିନେଲେ ସଶସ୍ତ୍ର ଲୁଟେରା

ମଣିପୁର: ବ୍ୟାଙ୍କରୁ ୧୮.୮୫ କୋଟି ଲୁଟିନେଲେ ସଶସ୍ତ୍ର ଲୁଟେରା

ଅଖରୁଲ୍‌: ମଣିପୁରର ଅଖରୁଲ୍‌ରେ ଥିବା ପଞ୍ଜାବ ନାସ୍‌ନାଲ୍ ବ୍ୟାଙ୍କ୍ ଶାଖାରୁ ସଶସ୍ତ୍ର ଅଜ୍ଞାତ ଲୁଟେରାମାନେ ୧୮.୮୫ କୋଟି ଲୁଟ୍ ନେଇଥିବା ଜଣାପଡ଼ିଛି । ଶୁକ୍ରବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପଞ୍ଜାବ ନାସ୍‌ନାଲ୍ ବ୍ୟାଙ୍କର ଏହି ଶାଖା ଅଖରୁଲ୍ ଜିଲ୍ଲା ପାଇଁ ‘କରେନ୍ସି ଚେଷ୍ଟ୍‌’ ଭାବେ କାମ କରୁଛି । ବ୍ୟାଙ୍କ ଏବଂ ଏଟିଏମ୍ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରୁ ଆସୁଥିବା ନଗଦ ଅର୍ଥ ଏଠାରେ ଜମା କରାଯାଇଥାଏ । ଅଧିକାରୀଙ୍କ ଅନୁସାରେ ଗୁରୁବାର ସନ୍ଧ୍ୟାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏବଂ ମୁହଁରେ ମାସ୍କ ପିନ୍ଧିଥିବା ଲୁଟେରାମାନେ ଇମ୍ଫାଲ୍‌ଠାରୁ ୮୦ କିମି ଦୂର ଅଖରୁଲ୍ ସହରରେ ଥିବା ବ୍ୟାଙ୍କରେ ପହଞ୍ଚିଥିଲେ ।

ସେମାନେ ସୁରକ୍ଷା କର୍ମୀଙ୍କୁ କବ୍‌ଜାକୁ ନେବାପରେ ବ୍ୟାଙ୍କ୍‌ର କର୍ମଚାରୀଙ୍କୁ ଧମକାଇ ଶୌଚାଳୟରେ ବନ୍ଦ କରିଦେଇଥିଲେ । ଏହାପରେ କ୍ୟାସିୟର୍‌ଙ୍କୁ ବନ୍ଧୁକ ଦେଖାଇ ଟ୍ରେଜେରୀ ଖୋଲିବାକୁ କହିବା ସହିତ ଟଙ୍କା ଲୁଟି ନେଇଥିଲେ । ଘଟଣା ସମ୍ପର୍କରେ ଅଖରୁଲ୍ ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ ଅଭିରାଧୀଙ୍କ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking