ଗୁରୁଗ୍ରାମ: ଶୁକ୍ରବାର ରାତିରେ ହରିୟାଣାର ଗୁରୁଗ୍ରାମ ନିକଟସ୍ଥ ସିଧ୍ରାୱାଲିରେ ଗୋଟିଏ ଅଏଲ ଟ୍ୟାଙ୍କର ପ୍ରଥମେ ଏକ କାର୍କୁ ଏବଂ ପରେ ଏକ ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେବାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ରାଜସ୍ଥାନର ଜୟପୁରରୁ ଆସୁଥିବା ଅଏଲ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ରୋଡ୍ ଡିଭାଇଡର ଡେଇଁ ଅପରପାଶ୍ୱର୍କୁ ମାଡିଯିବାରୁ ପ୍ରଥମେ ଏକ କାର୍କୁ ଧକ୍କା ଦେଇଥିଲା ।
ଦୁର୍ଘଟଣାପରେ ସିଏନ୍ଜି ଚାଳିତ କାର୍ରେ ନିଆଁ ଲାଗିଯାଇଥିଲା । ଫଳରେ କାର୍ରେ ଥିବା ୩ ଜଣ ଜଳି ଯାଇଥିଲେ । ଏହାପରେ ଟ୍ୟାଙ୍କରଟି ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେବାରୁ ଭ୍ୟାନ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।