ଇସଲାମାବାଦ: ପାକିସ୍ତାନ ସରକାର ଶୁକ୍ରବାର ସେଠାକାର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଖଲାସ କରିଛନ୍ତି । ଶନିବାର ପଞ୍ଜାବର ଅମୃତସରସ୍ଥିତ ୱାଘା ସୀମାନ୍ତରେ ଭାରତୀୟ ସେନା ଏହି ମତ୍ସ୍ୟଜୀବୀଙ୍କୁ ସ୍ୱାଗତ କରିଛନ୍ତି । ଆରବ ସାଗରରେ ମାଛ ଧରୁଥିବାବେଳେ ଅଜାଣତରେ ପାକ୍ ଜଳସୀମାରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଥିଲା । ପାକ୍ ଜେଲ୍ରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଏମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପାକିସ୍ତାନ ଜେଲ୍ରେ ଆଉ ୧୮୪ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଥିବାବେଳେ ସେମାନଙ୍କୁ ଖଲାସ କରିବାର ଉଦ୍ୟମ କରାଯାଉଛି ।