18.1 C
Bhubaneswar
Sunday, November 24, 2024
Homeଅପରାଧଡ୍ରିମ୍‌ -୧୧ରେ ଖେଳି ଦେଢ କୋଟି ଜିତିଲେ ପୁଲିସ୍‌ ଅଧିକାରୀ

ଡ୍ରିମ୍‌ -୧୧ରେ ଖେଳି ଦେଢ କୋଟି ଜିତିଲେ ପୁଲିସ୍‌ ଅଧିକାରୀ

ନୂଆଦିଲ୍ଲୀ: ଖାକି ବର୍ଦ୍ଦିରେ ଖେଳିଲେ ଅନଲାଇନ୍‌ ଗେମିଂ। ଆଉ ଖେଳୁ ଖେଳୁ ଖୋଲିଗଲା ଭାଗ୍ୟ, ଜିତିଗଲେ ଦେଢକୋଟି। ହଠାତ୍‌ କୋଟିପତି ପାଲଟିଯିବାରୁ ନିଜ ଖୁସି ବନ୍ଧବାଡ଼ ନ ମାନି ନ ଥିଲା। ଆଉ ନିଜ ଖୁସିକୁ ଗଣମାଧ୍ୟମ ସମ୍ମୁଖରେ କହିଦେଲେ ଅଧିକାରୀଜଣକ । ହେଲେ ଏହାପରେ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କଥା ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି। ସମ୍ପୃକ୍ତ ସବ୍‌-ଇନ୍ସପେକ୍ଟରଜଣକ ହେଲେ ସୋମନାଥ ଝଣ୍ଡେ।
ମହାରାଷ୍ଟ୍ର ପୁଲିସ୍‌ କମିଶନ କାର୍ୟ୍ୟାଳୟରେ ନିୟୋଜିତ ସବ୍‌- ଇନ୍ସପେକ୍ଟର ସୋମନାଥ ଝଣ୍ଡେ ଡ୍ରିମ୍‌ ଇଲେଭନ(ୟକ୍ସରବଜ୍ଞ ୧୧ ) ଆପ୍‌ରେ ନିଜ ଟିମ୍‌ ତିଆରି କରିଥିଲେ। ଭାଗ୍ୟକୁ ତାଙ୍କ ଟିମ୍‌ ରାଙ୍କ୍‌-୧ରେ ରହିଯିବାରୁ ସେ ଦେଢ କୋଟି ଟଙ୍କା ଜିତିଲେ।
ଏନେଇ ସୋମନାଥ ଗଣମାଧ୍ୟମରେ କହିବାରୁ କଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ନିକଟରେ ପହଞ୍ଚିଛି। ଏହାର ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ଅନ୍‌ଲାଇନ୍‌ ଗେମିଂ ଖେଳିବା କେତେ ଯୁକ୍ତିଯୁକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking