କାନପୁର: ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପତ୍ନୀ ସହ ଝଗଡ଼ା କରି ଜଣେ ବ୍ୟକ୍ତି ନିଜ ଜନ୍ମକଲା ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଖପଡ଼ିଶା ଯେତେବେଳେ ଏ ସଂପର୍କରେ ଜାଣିବାକୁ ପାଇଲେ ତ ସେମାନେ ଅଭିଯୁକ୍ତକୁ ଏକ ଗଛରେ ବାନ୍ଧି ଦେଇଛନ୍ତି । ପୁଲିସ୍ ପତ୍ନୀଙ୍କ ଅଭିଯୋଗ ପରେ ହତ୍ୟାକାରୀ ବାପାକୁ ଗିରଫ କରିଛି । ଏହି ଘଟଣା ପଶ୍ଚିମ ପାରା ଅଞ୍ଚଳର । ଏଠାରେ ଥିବା ତୁଳସୀପୁର ଗାଁର ଜଣେ ନୀରିହ ଶିଶୁ ନିଜ ବାପାଙ୍କ ରାଗର ଶିକାର ହୋଇ ଜୀବନ ହରାଇଛି ।
ଜାଣିବାକୁ ମିଳିଛି ଯେ ତୁଳସୀପୁର ଗାଁର ରାଜୀବ ରାଜପୁତ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ । ଗୁରୁବାର ରାତିରେ ରାଜୀବଙ୍କର ନିଜ ପତ୍ନୀ ନେହାଙ୍କ ସହ କିଛି ଗୋଟେ କଥାକୁ ନେଇ ମନାନ୍ତର ହୋଇଥିଲା । ଏହି ବିବାଦ ଏତେ ଆଗକୁ ଚାଲିଗଲା ଯେ ନୃଶଂସ ବାପା ନିଜ ଝିଅର ବି ହତ୍ୟା କରିବାକୁ ପଛେଇଲା ନାହିଁ । ସେ ଏକ ଠେଙ୍ଗା ଉଠାଇ ନିଜର ଦେଢ଼ ବର୍ଷର ଝିଅକୁ ବାଡ଼େଇ ବାଡ଼େଇ ଦରମରା କରିବା ପରେ ଶେଷରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ନିଜ ଝିଅକୁ ହତ୍ୟା କରିବା ପରେ ଆସି ଘର ବାହାରେ ବସି ପଡ଼ିଥିଲା । ତାଙ୍କ ଘରପାଖ ଲୋକ ଯେତେବେଳେ ଏ ସଂପର୍କରେ ଜାଣିବାକୁ ପାଇଲେ ତ ସେମାନେ ପୁଲିସ୍ରେ ଖବର ଦେବା ସହ ଅଭିଯୁକ୍ତକୁ ଦଉଡ଼ିରେ ବାନ୍ଧି ରଖିଥିଲେ ।