କୋଲ୍କାତା : ସ୍ପେନ୍ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଶୁକ୍ରବାର ମାଦ୍ରିଦ୍ରେ ପିଆନୋରେ ରବୀନ୍ଦ୍ର ସଙ୍ଗୀତର ଧୂନ୍ ବଜାଇଛନ୍ତି । ମମତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏହାର ଏକ ଭିଡିଓ ପୋଷ୍ଟ କରିଛି ।
ଏଥିରେ ସେ ପିଆନୋରେ ପ୍ରସିଦ୍ଧ ରବୀନ୍ଦ୍ର ସଙ୍ଗୀତ ‘ଫୁଲେ ଫୁଲେ, ଢୋଲେ ଢୋଲେ’ ବଜାଉଥିବା ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗ ପ୍ରତି ନିବେଶକଙ୍କ ଆକୃଷ୍ଟ କରିବା ନିମନ୍ତେ ମମତା ୧୨ ଦିନିଆ ଦୁବାଇ ଏବଂ ସ୍ପେନ୍ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତ ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨୩ରେ ଶେଷ ହେବ ।