28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଏୟାର୍ ଇଣ୍ଡିଆ ଓ ବିସ୍ତାରା ମର୍ଜର୍‌କୁ ମଞ୍ଜୁରୀ

ଏୟାର୍ ଇଣ୍ଡିଆ ଓ ବିସ୍ତାରା ମର୍ଜର୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଓ ବିସ୍ତାରା ଏୟାରଲାଇନ୍ସର ମର୍ଜର୍‌କୁ କମ୍ପିଟିସନ୍ କମିଶନ୍ ଅଫ୍ ଇଣ୍ଡିଆ (ସିସିଆଇ) ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି । ବିସ୍ତାରାର ମର୍ଜର୍ ପରେ ଏବେ ଏୟାର ଇଣ୍ଡିଆ ଦେଶର ଦ୍ୱିତୀୟ ସର୍ବବୃହତ୍ ଡୋମେଷ୍ଟିକ୍ ଏୟାର୍‌ଲାଇନ୍ (ଯାତ୍ରୀ ହିସାବରେ) ଏବଂ ସର୍ବବୃହତ୍ ଇଣ୍ଟରନାସ୍‌ନାଲ୍ ଏୟାରଲାଇନ୍ ହୋଇଛି । ଏହି ମର୍ଜର୍ ପ୍ରକ୍ରିୟା ୨୦୨୪ ମଧ୍ୟରେ ପୂରା ହୋଇଯିବ । ଏହା ବ୍ୟତୀତ ସିସିଆଇ ଏୟାର ଇଣ୍ଡିଆର ଅଂଶଧନ କିଣିବା ପାଇଁ ସିଙ୍ଗାପୁର ଏୟାରଲାଇନ୍ସ ମଞ୍ଜୁରୀ ମଧ୍ୟ ପ୍ରଦାନ କରିଛି । ତେବେ ଏହି ମଞ୍ଜୁରୀ କେତେକ ସର୍ତ୍ତ ସହିତ ଦିଆଯାଇଛି । ଟାଟା ସନ୍ସ ଓ ସିଙ୍ଗାପୁର ଏୟାରଲାଇନ୍ସର ଜଏଣ୍ଟ ଭେଞ୍ଚର୍ ବିସ୍ତାରାକୁ ଟାଟା ଏସ୍‌ଆଇଏ ଏୟାରଲାଇନ୍ ଭାବେ ମଧ୍ୟ ଜଣାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking