27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଜି-୨୦ ବୈଠକରେ ସାମିଲ ହେବେନି ସାଉଦୀ ପ୍ରିନ୍ସ

ଜି-୨୦ ବୈଠକରେ ସାମିଲ ହେବେନି ସାଉଦୀ ପ୍ରିନ୍ସ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ପରେ ଏବେ ସାଉଦୀ ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲ୍‌ମାନ୍ ମଧ୍ୟ ଜି-୨୦ ବୈଠକରେ ସାମିଲ ନହେବା ଆଶଙ୍କା ସୃଷ୍ଟି ହୋଇଛି । କ୍ରାଉନ୍ ପ୍ରିନ୍ସ ଜି-୨୦ ପାଇଁ ଭାରତ ଗସ୍ତକୁ ରଦ୍ଦ କରିଥିବା ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ପାକିସ୍ତାନୀ ମିଡିଆ ଦ ନେଶନ୍ ସୂତ୍ରରୁ ସୂଚନା ଦେଇଛି । ସମ୍ମିଳନୀ ପରେ ସେପ୍ଟେମ୍ବର ୧୧ ତାରିଖରେ ସେ ଦିନିକିଆ ସରକାରୀ ଗସ୍ତରେ ଭାରତ ଆସିବେ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି । ଏହାର ଠିକ୍ ପୂର୍ବରୁ କିଛି ଘଣ୍ଟା ପାଇଁ ସେ ପାକିସ୍ତାନ ଯିବାର ଥିଲା । ତେବେ ସଲ୍‌ମାନ୍‌ଙ୍କ ପାକିସ୍ତାନ ଗସ୍ତ ସ୍ଥଗିତ ହୋଇଯାଇଛି ଏବଂ ଏହାର ନୂଆ ତାରିଖ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମମତାଜ୍ ଜହରା ବଲୋଚ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking