27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଆର୍‌. ମାଧବନ୍ ଏଫ୍‌ଟିଆଇଆଇ ଅଧ୍ୟକ୍ଷ ନିଯୁକ୍ତ

ଆର୍‌. ମାଧବନ୍ ଏଫ୍‌ଟିଆଇଆଇ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଖ୍ୟାତ ଅଭିନେତା ଆର୍ ମାଧବନ୍‌ଙ୍କୁ ଭାରତୀୟ ଫିଲ୍ମ ଓ ଟେଲିଭିଜନ ସଂସ୍ଥାନ (ଏଫ୍‌ଟିଆଇଆଇ)ର ଅଧ୍ୟକ୍ଷ ଏବଂ ଗଭର୍ଣ୍ଣିଂ କାଉନ୍‌ସିଲ୍ ଚେୟାର୍‌ମ୍ୟାନ୍ ନାମିତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏହି ସୂଚନା ଦେବା ସହିତ ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏଥିରେ ସେ ଲେଖିଛନ୍ତି, ଆପଣଙ୍କ ବିଶାଳ ଅନୁଭବ ଓ ନୈତିକତା ଏହି ସଂସ୍ଥାନକୁ ସମୃଦ୍ଧ କରିବା ସହିତ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ମୋର ଆଶା । ମାଧବନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ଫିଲ୍ମ ‘ରକେଟ୍ରୀ: ଦ ନାମ୍ବୀ ଇଫେକ୍ଟ’କୁ ନିକଟରେ ସର୍ବଶ୍ରେଷ୍ଠ ଫିଲ୍ମ ଫିଲ୍ମର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking