29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶପ୍ରାଥମିକ ସ୍ତରରୁ ମହିଳା କ୍ରିକେଟର ଉନ୍ନତି କରିବ ରାଜସ୍ଥାନ ରୟାଲ୍ସ

ପ୍ରାଥମିକ ସ୍ତରରୁ ମହିଳା କ୍ରିକେଟର ଉନ୍ନତି କରିବ ରାଜସ୍ଥାନ ରୟାଲ୍ସ

ଜୟପୁର: ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷଠାରୁ କ୍ରିକେଟ୍ ମଇଦାନରେ ଏକ ନୂଆ କାର୍ଯ୍ୟ କରିବ । ମହିଳା କ୍ରିକେଟର ଉନ୍ନତି ପାଇଁ ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରାଥମିକ ସ୍ତରରୁ ପ୍ରୟାସ କରାଯିବ । ଏଥିପାଇଁ ସ୍କୁଲ ସ୍ତରରୁ ମହିଳା ଖେଳାଳିଙ୍କୁ ଖେଳିବାର ସୁଯୋଗ ଦେବା ସହ ସେମାନଙ୍କୁ ନେଇ ୧୯ ବର୍ଷରୁ କମ୍ ଏକ ବୃହତ୍ ସଫ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ଆସନ୍ତା ୫ ତାରିଖରୁ ଏନେଇ ରାଜସ୍ଥାନର ୭ଟି ଜିଲ୍ଲାରୁ ଏହି କାର୍ଯ୍ୟକ୍ରମ କରାଯିବ । ୫୦ରୁ ଉର୍ଦ୍ଧ୍ୱ ସ୍କୁଲକରୁ ୭୦୦ ମହିଳାଙ୍କୁ ନେଇ ବଡ ଧରଣର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରାଯିବ ।

ଯାହା ରାଜସ୍ଥାନ ରୟାଲ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ କୁହାଯାଇଛି । ପ୍ରତି ଦଳରେ ୧୪ଜଣ ଖେଳାଳି ରହିବେ ଏବଂ ମ୍ୟାଚ୍ ୧୦ ଓଭର ବିଶିଷ୍ଟ ରହିବ । ପ୍ରଥମେ ସ୍କୁଲ ଲେବଲରେ ନକ୍ ଆଉଟ୍ ପଦ୍ଧତିରେ ମ୍ୟାଚ୍ମାନ ଖେଳାଯିବ । ପରେ ଜିଲ୍ଲାସ୍ତରୀୟ ମ୍ୟାଚ୍ ଖେଳାଯାଇ ଫାଇନାଲ ମ୍ୟାଚ୍ ଜୟପୁରରେ ଖେଳାଯିବ । ରାଜସ୍ଥାନରେ ରହିଥିବା ମହିଳା ପ୍ରତିଭାଙ୍କୁ ଆଗକୁ ଆଣିବାକୁ ଏହି ପ୍ରୟାସ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking