27.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକଲେଜ ପ୍ରେମିକ ସହ ଫେରାର ସ୍ତ୍ରୀ; ମା’କୁ ଝୁରିଝୁରି କାନ୍ଦୁଛନ୍ତି ତିନିଜଣ ପିଲା

କଲେଜ ପ୍ରେମିକ ସହ ଫେରାର ସ୍ତ୍ରୀ; ମା’କୁ ଝୁରିଝୁରି କାନ୍ଦୁଛନ୍ତି ତିନିଜଣ ପିଲା

ନୂଆଦିଲ୍ଲୀ: ଭାଗଲପୁରର ସୁଲତାନଗଞ୍ଜରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କଲେଜ ପ୍ରେମିକ ସହ ଫେରାର ହୋଇଯାଇଥିବା ମା’କୁ ଝୁରିଝୁରି କାନ୍ଦୁଛନ୍ତି ତିନିଜଣ ପିଲା । ଫେରାର ସ୍ତ୍ରୀ କବିତାଙ୍କ ସ୍ୱାମୀ ଦିଲୀପ କୁମାର ରଞ୍ଜନ (୪୨) ସୁଲତାନଗଞ୍ଜ ଥାନାରେ ମାମଲା ରୁଜୁ କରି କହିଛନ୍ତି, ‘ମୁଁ ଖଡ଼ିଆ ପିପରା ଗାଁର ବାସିନ୍ଦା ସ୍ୱର୍ଗତ ଅର୍ଜୁନ ମଣ୍ଡଳଙ୍କ ଝିଅ କବିତା କୁମାରୀଙ୍କୁ ୨୦୦୯ରେ ବିବାହ କରିଥିଲି । ବିବାହ ପରେ ସବୁକିଛି ଠିକ୍ ଚାଲିଥିଲା। କବିତା ଏବଂ ମୋର ୩ଟି ସନ୍ତାନ ହୋଇଥିଲା । ତିନି ପିଲାଙ୍କ ନାମ ହେଉଛି ଅଭିଷେକ କୁମାର (୧୧), ଝିଅ ଆକାଂକ୍ଷା କୁମାରୀ (୮) ଓ ଓମ କୁମାର (୪) । କବିତା ବିବାହ ପରେ ବି ତାଙ୍କ ପ୍ରେମିକ ସହିତ ଫୋନରେ କଥା ହେଉଥିଲେ ।

ଅନେକଥର ପ୍ରେମିକ ସହ କଥା ହେଉଥିବା ବେଳେ ମୁଁ କବିତାଙ୍କୁ ଧରିଛି । ଏହି ଘଟଣାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବି ଲାଗିଥିଲା ।ମୁଁ ବାରମ୍ବାର ମନା କରିବା ସତ୍ତ୍ୱେ ବି ସେ ତାଙ୍କ ପ୍ରେମିକଙ୍କ ସହ କଥାବର୍ତ୍ତା ଜାରି ରଖିଥିଲେ । ଏମିତି କି ୨ବର୍ଷ ପୂର୍ବରୁ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଆଉ ମୋ ବିରୋଧରେ ଯେ?ତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ । ଅନେକ ବୁଝାବୁଝି କରିବା ପରେ କବିତା ଘରକୁ ଫେରି ଆସିଥିଲେ । ଗତ ମଙ୍ଗଳବାର କବିତା ପୁଣିଥରେ କାହାକୁ କିଛି ନକହି ତିନିଜଣ ପିଲାଙ୍କୁ ଛାଡ଼ି ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ମା’ଙ୍କୁ ଝୁରିଝୁରି କାନ୍ଦୁଛନ୍ତି ମୋର ତିନିଜଣ ଛୁଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking