19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦିଲ୍ଲୀରେ ପୁଣି ବଢୁଛି ଯମୁନା ନଦୀର ଜଳସ୍ତର : ରିଲିଫ ଶିବିରରେ ୨୭ହଜାର ଲୋକ

ଦିଲ୍ଲୀରେ ପୁଣି ବଢୁଛି ଯମୁନା ନଦୀର ଜଳସ୍ତର : ରିଲିଫ ଶିବିରରେ ୨୭ହଜାର ଲୋକ

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି । ଦିଲ୍ଲୀରେ ଯମୁନା ଜଳସ୍ତର ଶୁକ୍ରବାର ସନ୍ଧ୍ୟାରୁ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି । ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ରିଲିଫ୍ ଶିବିର ପଠାଯାଇଛି । ୨୭ ହଜାରରୁ ଅଧିକ ଲୋକ ଏବେ ଘର ଛାଡ଼ି ରିଲିଫ୍ ଶିବିରରେ ରହୁଛନ୍ତି ।
ଜୁଲାଇ ୨୫ ତାରିଖ ପର‌୍ୟ୍ୟନ୍ତ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି । ତେଣୁ ଦିଲ୍ଲୀରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ସପ୍ତାହେରୁ ଉର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ନିକଟରେ ବର୍ଷା କମିବା ପରେ ଦିଲ୍ଲୀରେ ସ୍ଥିତି ଧୀରେଧୀରେ ସୁଧୁରିଥିଲା । ହେଲେ ଏବେ ପୁଣି ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ୟା ସ୍ଥିତି ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking