ଇମ୍ଫାଲ: ମଣିପୁରରେ ଲାଗିରହିଥିବା ଜାତିଗତ ହିଂସାର ଏକ କରୁଣ ଚିତ୍ର ସାମନାକୁ ଆସିଛି । ଆଦିବାସୀ ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରାଯିବାପରେ ରସ୍ତାରେ ଉଲଗ୍ନ କରି ଚଳାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେ’ ୩ରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ହେବାର ମାତ୍ର ଦିନକ ପରେ ମେ’୪ରେ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗ୍ପୋକ୍ପି ଜିଲ୍ଲାରେ ଏହି ହୃଦୟ ବିଦାରକ ଗଣଦୁଷ୍କର୍ମ ଘଟଣା ଘଟିଛି । ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ଦୁଇ ମହିଳା କୁକି ସଂପ୍ରଦାର ବୋଲି ଜଣାପଡିଛି । ପୀଡିତା ମହିଳା ଦ୍ୱୟ କ୍ରନ୍ଦନ କରିବା ସହ ଛାଡିଦେବାକୁ ଗୁହାରି କରୁଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଦେଉଥିବା ଭିଡିଓରୁ ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରାଇବାଲ ଲିଡର୍ସ ଫୋରମ ପକ୍ଷରୁ ଜାତୀୟ ମହିଳା କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।