27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିବାହରେ ବିଳମ୍ବ ହେଉଛି କି ? ତେବେ ଗୁରୁବାର ଦିନ କଦଳୀ ଗଛ ମୂଳେ କରନ୍ତୁ...

ବିବାହରେ ବିଳମ୍ବ ହେଉଛି କି ? ତେବେ ଗୁରୁବାର ଦିନ କଦଳୀ ଗଛ ମୂଳେ କରନ୍ତୁ ଏହି ପୂଜା

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ପାଇଁ ବୃହଷ୍ପତି ଗ୍ରହଙ୍କ ଅନୁକୂଳ ସ୍ଥିତି ନିତାନ୍ତ ଜରୁରୀ । ଯାହାର କୁଣ୍ଡଳୀରେ ବୃହଷ୍ପତି ଅଶୁଭ ସ୍ଥାନରେ ରହିଥାନ୍ତି ସେମାନଙ୍କର ବିବାହରେ ବହୁତ ସମସ୍ୟା ଉପୁଜିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହଷ୍ପତି ଗ୍ରହଙ୍କ ଦୋଷକୁ ଦୂର କରିବା ପାଇଁ କେତେକ ଉପାୟ ରହିଛି । ଏହି ଉପାୟ ଯଦି ଗୁରୁ ପୁଷ୍ୟର ଶୁଭ ମୁହୂର୍ତ୍ତରେ କରାଯିବ ତେବେ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ । ତେବେ ଏହିସବୁ ଉପାୟ କରନ୍ତୁ ।

ଉପାୟ: 

  •  ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।
  • ଗାଈ କ୍ଷୀରରେ ବୃହସ୍ପତି ଓବିଷ୍ଣୁଙ୍କ ଅଭିଷେକ କରି ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଗୁଡ, ଚଣାଡାଲି, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।
  • ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।
  • ଏହିଭଳି ପୂଜା କରିବା ପରେ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ଆରତି ଗାଈର ଶୁଦ୍ଧ ଘିଅରେ ଦୀପ ଲଗାଇ କରନ୍ତୁ ।
  • ଏହିଭଳି ଗୁରୁ ପୁଷ୍ୟ ଯୋଗରେ ପୂଜା କରିବା ଦ୍ବାରା ଗୁରୁର ଅଶୁଭ ପ୍ରଭାବ ଟଳିଥାଏ ଏବଂ ଶୁଭ ଫଳ ମିଳିବାକୁ ଲାଗିଥାଏ । ଏହାସହ ବିବାହର ଯୋଗ ମଧ୍ୟ ପଡିବାକୁ ଲାଗିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking