27.1 C
Bhubaneswar
Sunday, September 29, 2024
Homeଓଡିଶା୧୨୫ ଗାଁର ୫ ହଜାରରୁ ଅଧିକ ପିଲାଙ୍କୁ ମିଳିଲା ହକି କିଟ୍: ମୁଖ୍ୟମନ୍ତ୍ରୀ

୧୨୫ ଗାଁର ୫ ହଜାରରୁ ଅଧିକ ପିଲାଙ୍କୁ ମିଳିଲା ହକି କିଟ୍: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ୧୨୫ ଗାଁର ୫ହଜାରରୁ ଅଧିକ ପିଲାଙ୍କୁ ହକି କିଟ୍ ପ୍ରଦାନ କରାଯାଇଛି । ପିଲାଙ୍କର ହକି ପ୍ରତି ଆଗ୍ରହ ବଢ଼ିଥିବାରୁ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ଜେଏସପି ଫାଉଣ୍ଡେସନର ଭୂମିକାକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କ୍କୀଙ୍କୁ ଧନ୍ୟବାଦ ଦେଲେ ନବୀନ ।

ଏହି ପ୍ରୟାସ ଓଡ଼ିଶାରେ ହକିକୁ ପରବର୍ତ୍ତି ସ୍ତରକୁ ନେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ତୃଣମୂଳ ସ୍ତରରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ସୁନ୍ଦରଗଡ଼ ହକିର ଏନ୍ତୁଡ଼ିଶାଳ । ହକି ସାରା ବିଶ୍ବରେ ଓଡ଼ିଶା ତଥା ସୁନ୍ଦରଗଡକୁ ସ୍ବତନ୍ତ୍ର ପରିଚୟ ଦେଇଛି ।

ଦୁଇ ଦୁଇଟି ବିଶ୍ବକପ୍ ସଫଳତାର ସହ ଆୟୋଜନ କରିପାରିଛି ଓଡ଼ିଶା । ବିର୍ସାମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମ ହୋଇପାରିଛି । ଏଥିପାଇଁ ସୁନ୍ଦରଗଡ଼ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଦିଲ୍ଲୀପ ତିର୍କୀ ଆମ ଓଡ଼ିଶାର ଗୌରବ । ତେଣୁ ସେ ଉଦୀୟମାନ ହକି ଖେଲାଳିଙ୍କ ପାଇଁ ପ୍ରେରଣା ହୁଅନ୍ତୁ । ପରିଶ୍ରମ ଓ ଉତ୍ସର୍ଗୀକୃତ ହୋଇ ହକିକୁ ଭଲ ପାଇଲେ ଆପଣମାନେ ଜଣେ ଜଣେ ଦିଲ୍ଲୀପ ତିର୍କୀ ହୋଇ ଦେଶର ସୁନାମ ବଢ଼ାଇପାରିବେ ବୋଲି ପିଲାଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking