19.1 C
Bhubaneswar
Sunday, November 24, 2024
Homeଓଡିଶାମହିଳାଙ୍କ ଅଶିଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ମହିଳାଙ୍କ ଅଶିଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ଭୁବନେଶ୍ୱର: ଜଣେ ମହିଳାଙ୍କ ଅଶିଳ ଏବଂ ଅନ୍ତରଙ୍ଗ ମୁର୍ହୁତ୍ୱର ଭିଡିଓ ବନାଇ ବ୍ଲାକ୍‌ମେଲ କରିବା ଏହାସହ ଏହାକୁ ଫେସବୁକ୍‌ରେ ଭାଇରାଲ କରିବା ଅଭିଯୋଗରେ ତମାଣ୍ଡ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କ୍ରିଷ୍ଣା ଚନ୍ଦ୍ର ନାୟକ ଓରଫ କାହ୍ନା ।

ତାଙ୍କ ଘର କଟକ ଜିଲା ତିଗିରିଆ ଥାନା ବାଲିପାଟଣା ନୂଆସାହି ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ପାରିବାରିକ ସମସ୍ୟା ହେତୁ ଅଭିଯୋଗକାରିଣୀ ପୀଡ଼ିତା ଜଣକ ତମାଣ୍ଡୋ ଥାନା ଅନ୍ତର୍ଗତ ବାଲିଆପଡ଼ା ଠାରେ ନିଜ ଛୋଟ ଝିଅକୁ ନେଇ ଭଡାରେ ରହୁଥିଲେ । ସେଠାରେ ରହିବା ମଧ୍ୟରେ ପୀଡ଼ିତା ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କର ନିକଟତର ହୋଇଥିଲେ ।

ସମ୍ପର୍କ ଘନିଷ୍ଠ ହେବାପରେ ଅଭିଯୁକ୍ତ ଜଣକ ପିଡ଼ିତାଙ୍କର ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ଏବଂ ଫଟୋ ନିଜ ମୋବାଇଲ ଫୋନରେ ଉତ୍ତୋଳନ କରିବା ସହିତ ପାଖରେ ରଖିଥିଲେ । ପରେ ଉକ୍ତ ଭିଡିଓ ସବୁକୁ ଭାଇରାଲ କରିବାର ଧମକ ଦେଇ ପିଡ଼ିତାଙ୍କ ନିକଟରୁ ମୋଟାଅଙ୍କର ଟଙ୍କା ଦାବୀ କରିଥିଲେ । ଭାଇରାଲ ଭୟରେ ପୀଡ଼ିତା ଜଣକ ଅଭିଯୁକ୍ତଙ୍କୁ ଦେଢଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ମଧ୍ୟ ଅଭିଯୁକ୍ତ ଜଣକ ଉକ୍ତ ଭିଡିଓ ଓ ଫଟୋ ସବୁକୁ ଡିଲିଟ କରିବା ବଦଳରେ ଅଧିକ ଏକଲକ୍ଷ ଟଙ୍କା ଦାବୀ କରିଥିଲେ ।

ପୀଡ଼ିତା ଜଣକ ଟଙ୍କା ଦେବାରେ ଅସମର୍ଥ ପ୍ରକାଶ କରିବାରୁ ଅଭିଯୁକ୍ତ ଜଣକ ଉକ୍ତ ଭିଡିଓ ଓ ଫଟୋ ସବୁକୁ ଫେସବୁକରେ ଅପଲୋଡ କରିବା ସହିତ ପୀଡିତାଙ୍କ ସମ୍ପର୍କୀୟଙ୍କୁ ହ୍ୱାଟସ୍‌ଆପ ମାଧ୍ୟମରେ ପଠାଇ ଦେଇଥିଲେ । ସମ୍ପର୍କୀୟଙ୍କ ନିକଟରୁ ଘଟଣା ସମ୍ପର୍କରେ ଖବର ପାଇ ସେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଘଟଣାର ଅଭିଯୋଗ ପରେ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ କାହ୍ନାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ପିଡ଼ିତାଙ୍କ ଭିଡିଓ ଏବଂ ଫଟୋକୁ ମଧ୍ୟ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking