କଟକ: ପୁଣି ଲଜ୍ଜା । କଟକର ଏକ ହୋଟେଲରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ ରୁମ୍ ଖୋଲା ଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର୍ ରୁମରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ପୀଡିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଏବଂ ଏ-ହି ଘଟଣାରେ ମଧୁପାଟଣା ଥାନା ପୋଲିସ ହୋଟେଲର ମ୍ୟାନେଜରକୁ ଗିରଫ କରିଛି।