କନ୍ଧମାଳ: ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ କାଈଲମ୍ବା ଗାଁ ର କ୍ରାଣ୍ଡିବାଲି ସାହିରେ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଓ ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ ହୋଇଛି ଓ ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁ ର ସ୍ୱର୍ଗତ ଶୁଦ୍ର କହଁର ଙ୍କ ବଡ଼ ଝିଅ ମିନତୀ କହଁର ବୋଲି ଜଣାପଡିଛି । ଦୀର୍ଘ ୧୫ ବର୍ଷ ହେବ ମୃତ ମିନତୀ କାଇଲମ୍ବା କ୍ରାଣ୍ଡିବାଲି ସାହି ର ସଦାଶିବ ନାୟକ ଙ୍କୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ୧୦ ବର୍ଷର ଝିଅ ଥିବା ଜଣାପଡିଛି । ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବା ବେଳେ କିଛିଦିନ ପରେ ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ରହିଥିଲା ।
ତେବେ ଗତକାଲି ଦିନ ୩ ଟା ରେ ମୃତ ମିନତୀ କହଁର ତାଙ୍କ କକା ଙ୍କୁ ଫୋନ ଯୋଗେ ତାଙ୍କ ସ୍ୱାମୀ ମାଦ୍ୟ ପାନ କରିଥିବା କହିଥିବା ବେଳେ ରାତିରେ ମଦ୍ୟପ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲାଗିରହିଥିବା ପାରିବାରିକ କଳହକୁ ନେଇ ସାମାନ୍ୟ ବଚଶା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମଦ୍ୟପ ସ୍ୱାମୀ ଏକ ଟାଙ୍ଗିଆ ବେଣ୍ଟ ରେ ମାଡ ମାରିଥିଲେ ଓ ମୃତକ ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମିନତୀ ର ମୃତ୍ୟୁ ହୋଇଥିବା ଜଣା ପଡିଛି । ହତ୍ୟା କରିସାରିବା ପରେ ହତ୍ୟା କାରି ସ୍ୱାମୀ ଫିରିଙ୍ଗିଆ ଥାନରେ ଆତ୍ମ ସମର୍ପଣ କରିଥିବା ବେଳେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ପହଞ୍ଚି ବାପରେ ସାଇଣ୍ଟିଫିକ୍ ଟିମ୍ କୁ ଯୋଗା ଯୋଗ କରି ଥିଲେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ଘର ଭିତରେ ଶବ ପଡ଼ି ରହିଥିଲା ପରେ ଘଟଣା ସ୍ଥଳରେ ସାଇନ୍ତିଫିକ୍ ଟିମ୍ ବୌଦ୍ଧ ର ପୂଜା ପ୍ରତିଭା ସେଠୀ , ଫୁଲବାଣୀର ଇନ୍ସପେକ୍ଟର ବିମଳ ବେହେରା , ଏସ ଡି ପି ଓ ସୁପ୍ରସନ୍ନ ମଲିକ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ କେଳା ପଡ଼ା ସରପଞ୍ଚ ସ୍ୱର୍ଣାଲତା ପ୍ରଧାନ ପହଞ୍ଚି ଥିବା ବେଳେ ମୃତକଙ୍କ ଘର ବାହାରେ କାନ ଫୁଲ , ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିଥିବା ବେଳେ ଘର ବାହାରେ ମଧ୍ୟ ରକ୍ତ ପଡ଼ିଥିବାରୁ ଘର ବାହାରେ ଘଟଣା ଘଟିବା ପରେ ଘର ଭିତରକୁ ନେଇଥିବା ପୋଲିସ୍ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି । ମୃତ ମହିଳା ଙ୍କ କକା ପୂଲୁକା କହଁରଙ୍କ ଲିଖିତ ଏତେଲା ଆଧାରରେ ଫିରିଙ୍ଗିଆ ଥାନରେ ଏକ ମାମଲା ରୁଜୁ କରିଥିବା ବେଳେ ସବ ଜବତ କରିବା ସହ ଅଧିକ ତଦନ୍ତ ଚାଲୁ ରଖିଛି ଫିରିଙ୍ଗିଆ ପୋଲିସ । ଘଟଣା ସ୍ଥଳରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି ।