28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟ୍ ହ୍ୟାକ୍‌

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟ୍ ହ୍ୟାକ୍‌

ନୂଆଦିଲ୍ଲୀ: ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍‌ସାଇଟ୍ ହ୍ୟାକ୍ ହୋଇଛି । ଏହାପରେ ମନ୍ତ୍ରଣାଳୟ ଇଣ୍ଡିଆ କମ୍ପ୍ୟୁଟର୍ ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌କୁ ୱେବ୍‌ସାଇଟ୍‌ର ଯାଞ୍ଚ୍ ପାଇଁ କହିଛି । ରୁଷୀୟ ହ୍ୟାକର୍‌ଙ୍କ ଗ୍ରୁପ୍ ଫିନିକ୍ସ ଏହି ୱେବ୍‌ସାିଟ୍‌କୁ ଟାର୍ଗେଟ୍ କରିଥିବା କ୍ଲାଉଡ୍ସଏକ୍‌ର ସାଇବର୍ ସିକ୍ୟୁରିଟି ଏକ୍ସପର୍ଟମାନେ ଦାବି କରିଛନ୍ତି ।

ଏହା ଜରିଆରେ ହ୍ୟାକର୍‌ମାନେ ଦେଶର ସମସ୍ତ ହସ୍ପିଟାଲ୍‌ର କର୍ମଚାରୀ ଏବଂ ମୁଖ୍ୟ ଚିକିତ୍ସିତକଙ୍କ ତଥ୍ୟ ପର୍ଯ୍ୟନ୍ତ ପହଞ୍ଚିଯାଇଛନ୍ତି । କ୍ଲାଉଡ୍ସଏକ୍ ଅନୁସାରେ ଫିନିକ୍ସ ୨୦୨୨ ଜାନୁଆରୀରୁ ସକ୍ରିୟ ରହିଛି ଏବଂ ଫିଶିଙ୍ଗ୍ ଘୋଟାଲା ସହିତ ୟୁଏସ୍‌, ଜାପାନ ଏବଂ ୟୁକେର ହସ୍ପିଟାଲ୍‌ଗୁଡ଼ିକୁ ଟାର୍ଗେଟ୍ କରିବା ପାଇଁ ଏହି ଗ୍ରୁପ୍ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking