28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକୋଲ୍ଡ ଷ୍ଟୋରେଜ୍ ଛାତ ଭୁଶୁଡ଼ି ଦୁଇ ମୃତ

କୋଲ୍ଡ ଷ୍ଟୋରେଜ୍ ଛାତ ଭୁଶୁଡ଼ି ଦୁଇ ମୃତ

ସମ୍ଭଲ: ଉତ୍ତର ପ୍ରଦେଶର ସମ୍ଭଲରେ ଗୁରୁବାର ଏକ କୋଲ୍ଡ ଷ୍ଟୋରେଜ୍‌ର ଛାତ ଭୁଶୁଡ଼ିପଡ଼ିବା ଫଳରେ ଧ୍ୱଂସାବଶେେ ତଳେ ୨୫ରୁ ୩୦ ଲୋକଙ୍କ ଚାପିହୋଇ ଯାଇଛନ୍ତି । ଏସ୍‌ଡଆର୍‌ଏଫ୍ ଓ ଏନ୍‌ଡିଆରଏଫ୍ ଟିମ୍ ୧୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଏହା ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ୧୦ ଜଣଙ୍କ ଚିକିତ୍ସା ଚାଲିଛି । ସକାଳ ୧୧ଟା ବେଳେ ଦୁର୍ଘଟଣା ଘଟିଥିବା ବେଳେ ଅପରାହ୍ଣ ୧୨ଟାରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।

ଆଳୁ ବସ୍ତା ମଧ୍ୟରେ ଚାପିହୋଇ ରହିଥିବା ଲୋକଙ୍କ ଆର୍ତ୍ତଚିତ୍କାର ଶୁଣିବାକୁ ମିଳୁଛି । ଘଟଣାସ୍ଥଳରେ ପୁଲିସ ଓ ଫାୟାର ବ୍ରିଗେଡ୍ ଟିମ୍ ପହଞ୍ଚିଥିବା ବେଳେ ବୁଲ୍‌ଡୋଜର ଓ ଜେସିବି ସାହାଯ୍ୟରେ ଧ୍ୱଂସାବୋଷ ହଟାଯାଉଛି । ଆମୋନିଆ ଗ୍ୟାସ୍ ଲିକ୍ ଭୟରେ ଅଞ୍ଚଳକୁ ଖାଲି କରାଯାଇଛି । ଏହି ଦୁର୍ଘଟଣା ତନ୍ଦୌସି ଅଞ୍ଚଳର ଇସ୍‌ଲାମ ନଗର ରୋଡ୍‌ସ୍ଥିତ ଓରଛି ଛକରେ ଥିବା ଏଆର୍ କୋଲ୍ଡ ଷ୍ଟୋରେଜ୍‌ରେ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking