29.1 C
Bhubaneswar
Sunday, September 29, 2024
Homeସ୍ୱାସ୍ଥ୍ୟଫେସିଆଲ କରିବା ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ....

ଫେସିଆଲ କରିବା ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ….

ଭୁବନେଶ୍ୱର: ସୁନ୍ଦର ଏବଂ ଚମକପୂର୍ଣ୍ଣ ଚେହେରା ପାଇବା ପାଇଁ ମହିଳା ମାନେ ଫେସିଆଲର ସାହାରା ନେଇଥାନ୍ତି । କିଛି ଖାସ ଅକେଜନ ହେଲେ ମହିଳାମାନେ ସର୍ବପ୍ରଥମେ ଫେସିଆଲ କରିବା ପାଇଁ ପାର୍ଲରରେ ଆପୋଏଣ୍ଟମେଣ୍ଟ ନେଇଥା’ନ୍ତି । କ’ଣ ଆପଣ ଜାଣନ୍ତି ଫେସିଆଲ କରିବା ପରେ ଆପଣଙ୍କୁ ବହୁତ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ । ଆପଣ ଜାଣି ନାହାନ୍ତି ଯେ ଆପଣଙ୍କର ଛୋଟ ଭୁଲ ଆପଣଙ୍କ ତ୍ୱଚାକୁ ଖରାପ କରିଦେଇଥାଏ । ଆସନ୍ତୁ ଜାଣିବା ଅଜଣାରେ କରାଯାଉଥିବା ଛୋଟ ଛୋଟ ଭୁଲ ବିଷୟରେ ।

  • ଫେସିଆଲ କରିବା ପରେ ତୁରନ୍ତ ମେକଅପ୍ କରିବା ଉଚିତ ନୁହେଁ । ଫେସିଆଲ କରିବା ପରେ ସ୍କିନରେ ଲୋମ ମୂଳ ଖୋଲି ଯାଇଥାଏ । ଏମିତିରେ ଯଦି ଆପଣ ଫେସିଆଲ ପରେ ମେକଅପ୍ କରୁଛନ୍ତି ତେବେ ଏଥିରେ ଥିବା କେମିକାଲ ସ୍କିନକୁ ଚାଲି ଯାଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ଫେସିଆଲ କରିବା ପରେ ପ୍ରାୟ ୭୨ ଘଣ୍ଟା ପର୍ଯ୍ୟନ୍ତ ମେକଅପ୍ ଠାରୁ ଦୂରେଇ ରୁହନ୍ତୁ ।
  • ଫେସିଆଲ କରିବାର ୪ ଘଣ୍ଟା ପର୍ଯ୍ୟନ୍ତ ମୁହଁ ଧୋଇବା ଉଚିତ ନୁହେଁ । ଆପଣଙ୍କ ସ୍କିନରେ ଫେସିଆଲରେ ବ୍ୟବହାର କରାଯାଇଥିବା ପ୍ରୋଡକଟ୍ସକୁ ଭଲ ଭାବେ ଶୁଖିବାକୁ ଦିଅନ୍ତୁ । ଯଦି ତ୍ୱଚା ରୁକ୍ଷ ଲାଗେ, ତେବେ ଷ୍ଟିମ ନିଅନ୍ତୁ ଏବଂ ତ୍ୱଚା ତେଲିଆ ଲାଗିଲେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
  • ଯଦି ଆପଣଙ୍କୁ ଫେସିଆଲ ଏବଂ ଥ୍ରେଡିଙ୍ଗ୍ ଦୁଇଟି କରିବାର ଅଛି ତେବେ କେବେ ମଧ୍ୟ ଫେସିଆଲ ପ୍ରଥମେ କରିବାର ଭୁଲ କରନ୍ତୁ ନାହିଁ ।
    କେବେବି ଫେସିଆଲ କରିବା ପରେ ଅପର ଲିପ୍ସ କରନ୍ତୁ ନାହିଁ । ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ଫେସିଆଲ ପରେ ତ୍ୱଚାର ଉପରି ଭାଗ ବହୁତ ମୁଲାୟମ ଏବଂ ସମ୍ବେଦନଶୀଳ ହୋଇଯାଇଥାଏ । ୱାକ୍ସ କରିବା ପରେ ଏହା ଉପରେ ଖରାପ ପ୍ରଭାବ ପଡିପାରେ ।
  • ଯଦି ଆପଣ ଫେସିଆଲ କରିଛନ୍ତି ତେବେ ତ୍ୱଚାରେ ସ୍କ୍ରବରର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଧ୍ୟାନ ରଖନ୍ତୁ ଯେ ଫେସିଆଲ କରିବାର ତିନି ଚାରି ଦିନ ପର୍ଯ୍ୟନ୍ତ ସ୍କ୍ରବର ବ୍ୟବହାର କରିବା ଉଚିତ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking