33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ!

ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ!

ଲକ୍ଷ୍ନୌ: ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ । ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହୋଲି ଚାଇଲ୍ଡ ଏକାଡେମୀରେ ଫି ନଦେବା କାରଣରୁ ଦୁଇ ପିଲାଙ୍କ କେଶ କାଟି ଦିଆଯାଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଛାତ୍ରଙ୍କ ଅଭିଭାବକ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ବାଗପତ ଅଞ୍ଚଳର ମୋହନ ଧାମାଙ୍କ ପୁତ୍ର ଓ ନିଶାନ୍ତ ବର୍ମାଙ୍କ ପୁଅ ହୋଲି ଚାଇଲ୍ଡ ଏକାଡେମୀରେ ପାଠ ପଢ଼ନ୍ତି । ତେବେ ଉଭୟ ଅଭିଭାବକ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟରେ କ୍ଲାସ ଚାଲିଥିବାବେଳେ ଶିକ୍ଷକ ତାଙ୍କ ପୁଅମାନଙ୍କ କେଶ ସମସ୍ତଙ୍କ ସାମ୍ନାରେ କାଟିଥିଲେ । ଦୁଇମାସ ପାଇଁ ଦେୟ ବିଦ୍ୟାଳୟରେ ଜମା ହୋଇନଥିବାରୁ ଶିକ୍ଷକ ଏଭଳି କରିଥିବାର ଉଭୟ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଏକ ମାସ ପୂର୍ବରୁ, ଉଭୟ ଛାତ୍ରଙ୍କୁ ସ୍କୁଲର କୋଠରୀରେ ତାଲା ପକାଇ ଦେଇଥିଲେ । ଉଭୟ ଛାତ୍ରଙ୍କ ଅଭିଭାବକ ଏନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍କୁଲ କର୍ତୃପକ୍ଷ କିଛି କହିନଥିବାବେଳେ ପୁଲିସ କହିଛି ଯେ ଏନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି ଯେ ଗଣମାଧ୍ୟମରୁ ଏବାବଦରେ ଜଣାପଡିଛି । କୌଣସି ଅଭିଯୋଗ ମିଳିନାହିଁ । ଘଟଣା ବାବଦରେ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking