20.1 C
Bhubaneswar
Saturday, November 23, 2024
Homeଅପରାଧସ୍ୱାମୀକୁ ହତ୍ୟା କଲା ମାନସିକ ବିକାର ଗ୍ରସ୍ତ ସ୍ତ୍ରୀ

ସ୍ୱାମୀକୁ ହତ୍ୟା କଲା ମାନସିକ ବିକାର ଗ୍ରସ୍ତ ସ୍ତ୍ରୀ

ରାଞ୍ଚି: ସ୍ୱାମୀକୁ ହତ୍ୟା କଲା ମାନସିକ ବିକାର ଗ୍ରସ୍ତ ସ୍ତ୍ରୀ । ହତ୍ୟା ପରେ ସ୍ୱାମୀର ମୃତଦେହ ସହ ଗୋଟିଏ ଘରେ ରହିଥିଲା ୫ ଦିନ । ମୃତଶରୀରରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେବାପରେ ସ୍ଥାନୀୟ ଲୋକ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସ୍ତ୍ରୀକୁ ଆଟକ ରଖିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଜାମସେଦପୁର ଉଲିଡି ପୋଲିସ ଷ୍ଟେସନ ନିକଟରେ । ସୂଚନା ଅନୁଯାୟୀ, ଏକ ମାନସିକ ବିକାର ଗ୍ରସ୍ତ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଥିବା ପୋଲିସ ସୂଚନା ପାଇଥିଲା । ମୃତଶରୀରରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟଲୋକ ଆମକୁ ସୂଚନା ଦେଇଥିବା କହିଛନ୍ତି ପୋଲିସ ଅଧିକାରୀ । ପରେ ପୋଲିସ ଅଧିକାରୀମାନେ ଦୁର୍ଗନ୍ଧ ବାହାର ଘର ନିକଟରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତ ବ୍ୟକ୍ତିଙ୍କ ନାମ ଅମରନାଥ ସିଂ ନାମକ ବୋଲି ଜଣାପଡିଥିବା ବେଳେ ସେ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ । ତେବେ ଅମରନାଥ ସିଂ ନିଜ ପରିବାର ସହ ସୁଭାଷ କଲୋନୀର ରହୁଥିଲେ ।

ମୃତକଙ୍କ ପଡୋଶୀଙ୍କ ସୂଚନାନୁଯାୟୀ, ଘରୁ ଦୁର୍ଗନ୍ଧ ବାହାରିବା ପରେ ସେ ତାଙ୍କ ପଡୋଶୀ ଅମରନାଥଙ୍କୁ ଦୁର୍ଗନ୍ଧର କାରଣ ପଚାରିବା ପାଇଁ ଯାଇଥିଲେ । ମାତ୍ର ଅମରନାଥଙ୍କ ପତ୍ନୀ ମିରା ତାଙ୍କ ସହ ଝଗଡା କରିବା ସହ ତାଙ୍କୁ ମାରିବା ପାଇଁ ଗୋଡାଇଥିଲେ । ଏହାପରେ ସେ ଅମରନାଥଙ୍କ ପୁଅକୁ ଘଟଣା ସମ୍ପର୍କରେ କହିଥିଲେ । ମାତ୍ର ଅଭିଯୁକ୍ତ ପଡୋଶୀମାନେ ଘରେ ନପଶି ପାରିବା ପାଇଁ ଘରକୁ ବିଦ୍ୟୁତକରଣ କରିଦେଇଥିଲେ । ସ୍ଥାନୀୟ ଲୋକମାନେ ଟ୍ରାନ୍ସଫର୍ମରୁ ବିଦ୍ୟୁତ ସଂଯୋଗ କାଟ କରିବା ପରେ ଘର ମଧ୍ୟରେ ପ୍ରବେଶ କରିଥିଲେ । ଘରେ ଅଧା ଜଳା ଅବସ୍ଥାରେ ଅମରନାଥଙ୍କ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ପଡୋଶୀ ଏବଂ ଅମରନାଥଙ୍କ ପୁଅ ।

ତେବେ ପିତାଙ୍କ ମୃତଦେହ ଦେଖି ସେ ତୁରନ୍ତ ପୋଲିସକୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ମିରାକୁ ଅଟକ ରଖିବା ସହ ମୃତଦେହକୁ ପୋଷ୍ଟର୍ମଟମ ପାଇଁ ଏମ୍ସିଏମ୍ ହସ୍ପିଟାଲକୁ ପଠାଇଥିଲେ । ତେବେ ସ୍ଥାନୀୟ ଲୋକ କହିଛନ୍ତି ଗତ ୫ ଦିନ ଧରି ଅମରନାଥଙ୍କୁ ନଦେଖିବା କାରଣରୁ ସେ କୌଣସି ଅଘଟଣ ଘଟିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ । ମିରାଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ସେ ତାଙ୍କ ପତିଙ୍କ ସହ ସର୍ବଦା କଳି କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । ତେବେ ପୋଲିସ ଏକ ମର୍ଡର କେସ ଫାଇଲ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking