ଭୁବନେଶ୍ୱର:ଆଜି ବିଶ୍ୱ କିଡନୀ ଦିବସ। ୨୦୦୬ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି। କଟକ ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧକ୍ଷ ଡାକ୍ତର ପ୍ରସନ୍ନଜିତ ମହାନ୍ତି, ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ନେଫରୋଲୋଜି ବିଭାଗୀୟ ଡାକ୍ତର ଅରୁଣା ଆଚାର୍ୟ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏସସିବିର ସମସ୍ତ ବିଦ୍ୟାର୍ଥୀ କର୍ମଚାରୀ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ସଚେତନ କରାଇଥିଲେ। ଆଜି ବିଶ୍ୱରେ ପ୍ରତି ୧୦ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି।
ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇଛି। ତେବେ କଟକ ଏସସିବି ମେଡିକାଲରେ ଏହି ରୋଗର ସଫଳ ମୁକାବିଲା କରାଯାଉଛି। ଚିକିତ୍ସା ସେବା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏହି ରୋଗ ମଧୁମେହ ଉଚ୍ଚ ରକ୍ତ ଚାପ ରୋଗୀଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଅନିୟମିତ ଖାଦ୍ୟ ଗ୍ରହଣ, ପେନ କିଲର ସେବନ, କମ ପାଣି ପିଇବା ଫଳରେ ମଧ୍ୟ ଏହି ରୋଗ ହୋଇଥାଏ।