ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଠିକ୍ ଥିବା ମେଡିକାଲ ଟିମ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଗୋପାଳର ମାନସିକି ସ୍ଥିତି ଠିକ୍ ନ ଥିବାରୁ ସେ ପୂର୍ବତନ ସ୍ୱାସ୍ଥମନ୍ତ୍ରୀଙ୍କୁ ଗୁଳି କରି ଥାଇପାରନ୍ତି ବୋଲି କୁହାଯାଉଥିଲା । ହେଲେ ଘଟଣା ସେଭଳି ନୁହେଁ। ସେ ପାଗଳ ନୁହନ୍ତି । ପୂରା ଠିକ୍ ଅଛନ୍ତି । ଆଚରଣରେ କିଛି ଅସ୍ୱାଭବିକତା ପରିଲକ୍ଷିତ ହେଉନଥିଲା । ସ୍ମୃତିଶକ୍ତି ଠିକ ରହିଥିଲା,ବିଚାର କ୍ଷମତା ମଧ୍ୟ ଠିକ ଥିଲା । ଧିଶକ୍ତି ସାଧାରଣ ଥିଲା,ଚିନ୍ତନ ଶକ୍ତି ଠିକ ଥିଲା । ମେଡିକାଲ ରିର୍ପୋଟ ଅନୁସାରେ ଅଭିଯୁକ୍ତର ଅସ୍ୱାଭାବିକତା ନଥିଲା । ଡିଏମ୍ଇଟିଙ୍କ ନିର୍ଦ୍ଧେଶ ଅନୁସାରେ ଗଠନ ହୋଇଥିଲା ମେଡିକାଲ ବୋର୍ଡ । ମେହିକାଲ ବୋର୍ଡରେ ଏସ୍ସିବିର ଚାରି ଜଣିଆ ବିଶେଷଜ୍ଞ ରହିଥିଲେ । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ପରୀକ୍ଷା ବେଳେ ଜଣାପଡ଼ିଛି ଯେ, ଗୋପାଳ ସଚେତ ଅଛି, ସତର୍କ ଅଛି, ସହଯୋଗ କରୁଛି ଏବଂ କଥାବାର୍ତ୍ତା କରୁଛି । ଭଲଭାବେ ଆଖି ସହ ଆଖି ମିଶାଇବା ପାଇଁ ସେ ଶିଖିଛି । ସଂପର୍କ ବା ଯୋଗାଯୋଗ ସ୍ଥାପନ ହୋଇପାରୁଛି । ସ୍ଥିତି ମୁତାବକ ତାର ମୁଡ୍ ଓ ମନସ୍ଥିତି ସଠିକ୍ ରହିଛି । ସ୍ଥିତି ସଂପର୍କିତ କଥା ହେଉଛି । ଚିନ୍ତାଧାରା ଓ ବୋଧଶକ୍ତିରେ କୌଣସି ଅସ୍ବାଭାବିକତା ନାହିଁ । ସ୍ମରଣଶକ୍ତି ଠିକ୍ ଅଛି । ବୁଦ୍ଧିମତା ମଧ୍ୟମ ଧରଣର । ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତ ଜଣକ କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି ।